ମାର୍କେଟ ବିଲ୍ଡିଂ ହେଲା ସିଲ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସିଲ୍ ହେଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ରଜ ପାଇଁ ମାର୍କେଟରେ ପ୍ରବଳ ଗହଳି ଲାଗିବା ସହ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା । କରୋନା ସଂକ୍ରମଣ ଆଶଙ୍କା ଥିବାରୁ ବିଏମସି ଜୋନାଲ ଡେପୁଟି କମିଶନର ସିଲ୍ କରିଥିବା ସୂଚନା ମିଳିଛି। ରଜ ବଜାର ପାଇଁ ଲୋକେ ସଂପୂର୍ଣ୍ଣ ଭାବେ କରୋନା ଡରକୁ ଭୁଲି କିଣାକିଣି କରୁଥିଲେ।
ଏହା ନଜରକୁ ଆସିବା ପରେ ସିଲ୍ କରାଯାଇଛି। ପୋଲିସ ଉପସ୍ଥିତ ରହି ନିୟନ୍ତ୍ରଣ କରିବା କାଠିକର ପାଠ। ଲୋକମାନେ କେହି କାହାକୁ ନମାନି କିଣାକିଣି କରୁଥିଲେ। ଗହଳି ସାମାନ୍ୟ ଧରଣର ନଥିଲା। ପୋକମାଛି ପରି ଗ୍ରାହକ ଗହଳି କରିବାରୁ ଏହି ପଦକ୍ଷେପ ନିଆଯାଇଛି।

Leave a comment