ବିଏମସି ଟାର୍ଗେଟରେ 80 କଲ୍ୟାଣ ମଣ୍ଡପ, ଆଜିଠୁ ସିଲ୍ ପ୍ରକ୍ରିୟା ଆରମ୍ଭ

0

ଓଡିଶା ଫାଷ୍ଟ( ବ୍ୟୁରୋ):ବିଏମସି ଓ ବିଡ଼ିଏ ଟାର୍ଗେଟରେ ଥିବା ୮୦ଟି କଲ୍ୟାଣ ମଣ୍ଡପ ପର୍ଯ୍ୟାୟ କ୍ରମେ ସିଲ କରାଯିବ। ଆଜିଠୁ ସିଲ୍ ପ୍ରକ୍ରିୟା ଆରମ୍ଭ ହେବ। ଆଜି ୫ଟି କଲ୍ୟାଣ ମଣ୍ଡପ ସିଲ୍ କରାଯିବ ବୋଲି ଜଣାପଡିଛି। ଭୁବନେଶ୍ୱରରେ ଥିବା କିଛି କଲ୍ୟାଣ ମଣ୍ଡପ ହୋଲ୍ଡିଂ ଟିକସ୍ ଦେଉନଥିବା, ବିଲ୍ଡିଂ ପ୍ଲାନିଂ ଅନୁମୋଦନ ହୋଇନଥିବା ଓ ମଣ୍ଡପରେ ପାର୍କିଂ ସୁବିଧା ନଥିବା ଜଣାପଡ଼ିଛି । ଏହି କାରଣରୁ ଭୁବନେଶ୍ୱରରେ ୩ଟି ଜୋନରେ ଥିବା ୮୦ଟି କଲ୍ୟାଣ ମଣ୍ଡପ ସିଲ୍ କରିବାକୁ ଚିହ୍ନଟ କରାଯାଇଛି । ଗତ ଜାନୁଆରୀ ୩୧ ଯାଏଁ ଡେଡ଼ଲାଇନ ଥିଲା । ଡେଡଲାଇନ ସରିଥିବାରୁ ଆଜିଠାରୁ ପର୍ଯ୍ୟାୟ କ୍ରମେ ଏହି ସବୁ ମଣ୍ଡପ ସିଲ୍ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ବିଡ଼ିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ଏହି କାର୍ଯ୍ୟ କରିବେ । କେଉଁଦିନ କେଉଁ କଲ୍ୟାଣ ମଣ୍ଡପ ସିଲ କରାଯାଉଛି ତାହାର ତାଲିକା ପ୍ରସ୍ତୁତ କରି ବିଏମସି କମିଶନରଙ୍କ ନିକଟରେ ଦାଖଲ କରିବେ ଜୋନାଲ ଡେପୁଟି କମିଶନ୍‌ର ରାଜଧାନୀରେ ମୋଟ ୯୪ ଟି କଲ୍ୟାଣ ମଣ୍ଡପ ରହିଛି । ସେଥିମଧ୍ୟରୁ ୮୦ଟି ମଣ୍ଡପ ସିଲ୍ ତାଲିକା ଭୁକ୍ତ କରିବାକୁ ନିର୍ଦ୍ଦେଶ ରହିଛି । ଏହି ତାଲିକାରେ ରହିଥିବା ୮୦ ଟି ମଣ୍ଡପକୁ ସମସ୍ତ ତ୍ରୁଟି ସୁଧାର ପାଇଁ ଏକମାସ ସମୟ ଦିଆଯାଇଥିଲା । କିନ୍ତୁ ଏହି ସମୟ ସରିଥିଲେ ମଧ୍ୟ କଲ୍ୟାଣ ମଣ୍ଡପଗୁୁଡ଼ିକ ଏହି ନିୟମ ମାନି ନଥିଲେ । ତେଣୁ ଏହି କଲ୍ୟାଣ ମଣ୍ଡପଗୁଡିକୁ ସିଲ କରାଯିବ।

Leave a comment