ଭୁବନେଶ୍ୱର ବିମାନବନ୍ଦର କୋଠା ଭୁଶୁଡିବା ଘଟଣା ; ସିିବିଆଇ ତଦନ୍ତ ଦାବିକଲା କଂଗ୍ରେସ
ଓଡିଶା ଫାଷ୍ଟ( ବ୍ୟୁରୋ): ଗତକାଲି ରାତିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟାରେ କହିଛନ୍ତି ଏଥିପାଇଁ ଭାରତ ସରକାର ଦାୟୀ। ଏହା ବଡ଼ ଧରଣର ଅଘଟଣ। ଦିନ ହୋଇଥିଲେ ବହୁତ ଜୀବନ ଯାଇଥାନ୍ତା। ଠିକାଦାରୀ ସଂସ୍ଥାର ଦାୟିତ୍ୱହୀନତା ପାଇଁ ଏଭଳି ଘଟିଛି। କଣ୍ଟ୍ରାକ୍ଟରକୁ ଧରାଯାଉ। ଏଥିସହ ମୃତକଙ୍କ ପରିବାରକୁ 20 ଲକ୍ଷ କ୍ଷତିପୂରଣ ଓ ଜଣଙ୍କୁ ଚାକିରି ଦିଆଯାଉ।
ପ୍ରକାଶ ଯେ,ବିମାନବନ୍ଦର ଟର୍ମିନାଲ-୧ରୁ ଟର୍ମିନାଲ-୨କୁ ଯୋଡ଼ିବା ପାଇଁ ତିଆରି ଚାଲିଥିବା ବିଲ୍ଡିଂର ଛାତ ଭୁଶୁଡ଼ି ପଡ଼ିଥିଲା। ଏହାତଳେ ଚାପିହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ବଡ଼ମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ ଠିକା ସଂସ୍ଥାର ହେଲପର ଭାବେ କାମ କରୁଥିଲେ। ସେହିଭଳି ଗୁରୁତର ଢେଙ୍କାନାଳର ନବକିଶୋର ସ୍ବାଇଁ ଡ୍ରାଇଭର ଭାବେ କାମ କରୁଥିଲେ। କ୍ୟାପିଟାଲ ହସ୍ପିଟାଲରେ ନବକିଶୋରଙ୍କ ଚିକିତ୍ସା ଚାଲିଛି।