ଏମ୍‌ସର ୪ଡାକ୍ତରଙ୍କୁ କରୋନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ବର ଏମ୍‌ସର ୪ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସର୍ଜରୀ, ପାଥୋଲୋଜି, ଫାର୍ମାକୋଲୋଜିର ୩ ସିନିୟର ରେସିଡେଣ୍ଟ ଡାକ୍ତର ଏବଂ ଅନ୍ୟ ଜଣେ ଜୁନିୟର ରେସିଡେଣ୍ଟ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ୩ ସିନିୟର ରେସିଡେଣ୍ଟ ଡାକ୍ତର ଏକାଠି ରହୁଥିଲେ। ଏଥିନେଇ ଭୁବନେଶ୍ବର ଏମସ୍‌ ନିର୍ଦେଶିକା ବି.ଗୀତାଞ୍ଜଳୀ ସୂଚନା ଦେଇଛନ୍ତି।
ଏନେଇ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିବା ରୋଗୀ ଓ ଅଭିଭାବକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏସବୁ ଡାକ୍ତରଙ୍କ ସହିତ ଅନେକ ସଂସ୍ପର୍ଶରେ ଆସିଥିବାରୁ କରୋନା ସଂକ୍ରମଣ ଆଶଙ୍କାରେ ଏମ୍‌ସ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଏମ୍‌ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ଯେ କହିଛନ୍ତି, ଭୁବନେଶ୍ବର ଏମ୍‌ସର ୪ଜଣ ଡାକ୍ତରଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଯେଉଁ ଡାକ୍ତରମାନେ କରୋନା ଆକ୍ରାନ୍ତ ହୋଇଛନ୍ତି ସେମାନେ ୭ ଦିନ ହେଲା କ୍ବାରେଣ୍ଟାଇନ୍‌ରେ ରହିଥିଲେ। ସେମାନଙ୍କର କୋଭାଡ୍‌-୧୯ ଚିକିତ୍ସା ପାଇଁ ଡ୍ୟୁଟି ପଡ଼ିନଥିଲା। ସରକାରଙ୍କ ନିୟମାନୁସାରେ ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି।

Leave a comment