ଆଳିରେ ବୁଥ୍ ରିଗିଂ ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଆଳିରେ ବୁଥ୍ ରିଗିଂ ନେଇ ଅଭିଯୋଗ ହୋଇଛି । ସିଙ୍ଗିର ବଜାର ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥ୍‌ରେ ଜଣେ ବ୍ୟକ୍ତି ଭୋଟରଙ୍କୁ ପ୍ରଭାବିତ କରିବା ସହ ଅନ୍ୟମାନଙ୍କ ପାଇଁ ବି ଭୋଟ୍ ଦେଉଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତି ଏକ ଇଭିଏମ୍‌ ମେସିନ୍ ପାଖରେ ଛିଡ଼ା ହେବା ସହ ଭୋଟ୍ ଦେବାକୁ ଆସୁଥିବା ଲୋକଙ୍କ ସହିତ କଥା ହେଉଛନ୍ତି ।

ଏପରିକି ସେମାନେ ଭୋଟ୍ ଦେଉଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ଦେଖୁଛନ୍ତି । ସେମାନଙ୍କୁ ସେ କିଛି ନିର୍ଦ୍ଦେଶ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ସେ ନିଜେ ଏକାଧିକ ଥର ଭୋଟ୍ ଦେଇଥିବା ଅଭିଯୋଗ ହୋଇଛି ।

Leave a comment