ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

0

କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଗତ ମେ’ ୧ରୁ ଚଳିତ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଏଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଜୈବ ବିବିଧତାର ସୁରକ୍ଷା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ୍‌କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏ ନେଇ ପର୍ଯ୍ୟଟକଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯିବ । ଏହାବାଦ୍‌ ପ୍ଲାଷ୍ଟିକ ବୋତଲ ମଧ୍ୟ ପର୍ଯ୍ୟାୟ କ୍ରମେ ବନ୍ଦ କରାଯିବ ।

ପର୍ଯ୍ୟଟକମାନେ ଯେତିକି ସଂଖ୍ୟକ ପ୍ଲାଷ୍ଟିକ୍‌ ପାଣି ବୋତଲ ଭିତରକନିକା ମଧ୍ୟକୁ ନେବେ, ଫେରିଲା ବେଳେ ସେମାନେ ସେତିକି ବୋତଲ ଧରି ଫେରିବେ । କୌଣସି ପରିସ୍ଥିତିରେ ପ୍ଲାଷ୍ଟିକ୍‌ ବୋତଲ ଭିତରକନିକା ଜଙ୍ଗଲ କିମ୍ବା ନଦୀନାଳ ମଧ୍ୟକୁ ଯେପରି ନ ଫିଙ୍ଗନ୍ତି, ସେଥିପାଇଁ ସଚେତନ କରାଯିବ । ସୁସ୍ଥ ପରିବେଶ ଓ ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ପର୍ଯ୍ୟଟକମାନେ ପଲିଥିନ ଓ ପ୍ଲାଷ୍ଟିକ୍‌ ମୁକ୍ତ ଭିତରକନିକା ଗଢ଼ିବାରେ ସହଯୋଗର ହାତ ବଢ଼ାଇବାକୁ କନିକା ରେଂଜ୍‌ ଅଫିସର ମାନସ କୁମାର ଦାସ ନିବେଦନ କରିଛନ୍ତି।

Leave a comment