ଭାରତ ବନ୍ଦ, ଗାଡି ଓ ରେଳ ଚଳାଚଳ ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ

0

ଓଡ଼ିଶା ଫାଷ୍ଟ( ବ୍ୟୁରୋ): ଶ୍ରମିକ ସଂଗଠନ ତରଫରୁ ଆଜି ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଯୋଗୁଁ ଗାଡି ଓ ରେଳ ଚଳାଚଳ ପ୍ରଭାବିତ ହେବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ ଓ ଟ୍ରେନ ଚଳାଚଳ ବନ୍ଦ ରହିବ । ସନ୍ଧ୍ୟା ୬ଟା ପରେ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ଘରୋଇ ବସ ମାଲିକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି | ଭାରତ ବନ୍ଦ ର ପ୍ରଭାବ ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ଭଦ୍ରକ,ଅନୁଗୁଳ ସମେତ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ରାଜପଥର ଉଭୟ ପାର୍ଶ୍ଵରେ ଟ୍ରକ, ବସ ଅଟକି ରହିଛି । ଅଟୋ ମହାସଂଘ ମଧ୍ୟ ଏହି ବନ୍ଦକୁ ସମର୍ଥନ କରୁଥିବାରୁ ଅଟୋ ଚଳାଚଳ ବନ୍ଦ ରହିଛି । ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି ।

ସୂଚନା ଅନୁଯାୟୀ, ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ ରାଜ୍ୟରେ ପ୍ରାୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳୁଛି । ବିଭିନ୍ନ ପ୍ରମୁଖ ଷ୍ଟେସନରେ ଟ୍ରେନ୍ ଅଟକି ରହିଥବାରୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଆନ୍ଦୋଳନକାରୀ ବିଭିନ୍ନ ଛକରେ ଟାୟାର ଜାଳିବା ସହ ପିକେଟିଂ କରି ଗାଡି ଅଟକାଉଛନ୍ତି । ଭାରତ ବନ୍ଦ ଓଡ଼ିଶାରେ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥିବା ଶ୍ରମିକ ସଂଗଠନ ସୂଚନା ଦେଇଛନ୍ତି ।

Leave a comment