ଦ୍ଵିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ

0

ଦ୍ଵିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ । ଡକ୍ଟର ଗୁରପ୍ରୀତ୍‌ କୋର୍‌ଙ୍କୁ ନିଜ ଜୀବନ ସାଥି ଭାବେ ବାଛିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। ଦୁହିଁଙ୍କ ବିବାହ ସମସ୍ତ ରୀତିନୀତିରେ ସମ୍ପର୍ଣ୍ଣ ହୋଇଛି । ମନଙ୍କ ନିଜ ଚଣ୍ଡିଗଡସ୍ଥିତ ବାସଭବନରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

ଅଳ୍ପ ସଂଖ୍ୟକ ଅତିଥିଙ୍କୁ ନେଇ ବିବାହ ଉତ୍ସବ ଚାଲିଛି । କେବଳ ପରିବାର ଓ ଘନିଷ୍ଠ ବନ୍ଧୁମାନେ ବାହାଘରରେ ଯୋଗଦେଇଛନ୍ତି । ମନଙ୍କ ବାହାଘରରେ ଯୋଗଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ସାଂସଦ ରାଘବ ଚଢା । ପ୍ରକାଶଥାଉକି, ୬ବର୍ଷ ତଳେ ମନଙ୍କ ପ୍ରଥମ ବିବାହ ବିଚ୍ଛେଦ ହୋଇଥିଲା ।

Leave a comment

You cannot copy content of this page