ପରାଜୟ ଭୟରେ ରକ୍ତମୁଖା ବିଜେପି; ବିଜେଡି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପରାଜୟ ଭୟରେ ରକ୍ତମୁଖା ବିଜେପି। ଭଦ୍ରକରେ ପୁଣି ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହ ପଞ୍ଚାୟତରେ ନିର୍ବାଚନ ସରିବା ପରେ ମଧ୍ୟ ହିଂସା ଥମିବାର ନାଁ ଧରୁନି। ଗତକାଲି ବିଳମ୍ବିତ ରାତିରେ ତେନ୍ତୁଳିଡ଼ିହ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଆକ୍ରମଣରେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କ ଭାଇ ପରେଶ ବିଶ୍ବାଳ ଗୁରୁତର ଭାବରେ ଆହାତ ହୋଇଛନ୍ତି । ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏନେଇ ଅଭିଯୋଗ ହେବାପରେ ତଦନ୍ତ ଜାରିରଖିଛି ପୋଲିସ । ଚଳିତ ପଞ୍ଚାୟତ ନିର୍ବାଚନରେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଭୋଟିଂ ସରିଥିବାବେଳେ ପରାଜୟ ଆଶଙ୍କାରେ ବିଜେପି ରକ୍ତମୁଖା ହୋଇଥିବା ଅଭିଯୋଗ ହୋଇଛି।

Leave a comment