ଭଦ୍ରକର ୫ ପଞ୍ଚୟତ କଣ୍ଟେନମେଣ୍ଟ ଜୋନ, ପଢନ୍ତୁ କେଉଁ ସ୍ଥାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକରୁ ଆଜି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ୫ ଟି ପଞ୍ଚୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ପଞ୍ଚାୟତ ଗୁଡିକ ହେଲା ବାସୁଦେବପୁରର ବିନାୟକପୁର, ପଦମପୁର ଓ ଲକ୍ଷ୍ମୀଦାସପୁର ଏବଂ ଭଣ୍ଡାରିପୋଖରୀ ର ରହଣିଆ ଓ ତେସିଙ୍ଗା । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୭ ଜଣ କରୋନା ପୋଜିଟିଭଙ୍କ ମଧ୍ୟରୁ ଭଦ୍ରକ ବାସୁଦେବପୁର ରୁ ୩ଜଣ ଓ ଭଣ୍ଡାରିପୋଖରୀ ରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ଏପର୍ଯ୍ୟନ୍ତ ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।