ବନ୍ୟାରେ ଭାସି ଯାଇ ଗଛରେ ଲାଗିଥିଲେ ଯୁବକ, ଉଦ୍ଧାର କଲା ଅଗ୍ନିଶମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବନ୍ୟାଞ୍ଚଳରୁ ପାଣିରେ ଭାସି ଆସି ଗଛରେ ଅଟକିଥିବା ଜଣେ ଯୁବକ ଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଦୀର୍ଘ ସମୟ ଅଟକିବା ପରେ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ । ପରେ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ । ରାତିରେ ଟର୍ଚ୍ଚ ସାହାଯ୍ୟରେ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ସଫଳ ହୋଇଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଉଦ୍ଧାର ଯୁବକଙ୍କ ନାମ ପ୍ରତାପ ବାରିକ । ପ୍ରତାପଙ୍କ ଘର ଦୋହରାପାଟଣା । ସେ ଭଦ୍ରକରେ ରହି କାମ କରୁଥିଲେ । ଘରୁ ଜରୁରୀ ଫୋନ ପାଇ ଫେରୁଥିଲେ । ସେ ନିଜ ଘରକୁ ଯାଉଥିବା ବେଳେ କୋଠର ନିକଟ ଘୋଷରାରେ ଭାସିଯାଇଥିଲେ ।