୫ଛାତ୍ରଛାତ୍ରୀ ଙ୍କ ମୃତ୍ୟୁ ରେ ଭଦ୍ରକ ରେ ଶୋକକୁଳ ପରିବେଶ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଟ୍ରକ୍ ମାଡ଼ି ଭଦ୍ରକରେ ୫ଜଣ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ସମ୍ପୂର୍ଣ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଭଳି ହୃଦୟ ବିଦରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଦୁର୍ଘଟଣା ରେ ମୃତ ୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଗତକାଲି ୩ଜଣ ଛାତ୍ରଛାତ୍ରୀଙ୍କ ଶେଷକୃତ୍ୟ ସେମାନଙ୍କ ଗାଁରେ କରାଯାଇଥିବା ବେଳେ ଜଣଙ୍କ ଅନ୍ତିମ ସଂସ୍କାର ପୁରୀରେ ସମ୍ପନ୍ନ ହୋଇଥିଲା। ଅନ୍ୟଜଣଙ୍କ ଦାହ ସଂସ୍କାର ଆଜି ହୋଇଛି। ଏବଂ ଆହତ ୪ ଜଣଙ୍କ ଭିତରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆଜି ସବୁଦିନ ପରି ରାଣୀତାଲ ହାଇସ୍କୁଲ ଖୋଲା ଥିଲା ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ସ୍କୁଲ ରୁ କାହାର ପାଟି ବାହାରକୁ ଶୁଭୁନଥିଲା । ସମସ୍ତଙ୍କ ଆଖିରେ କେବଳ ଲୁହ। କାହା ମୁହଁ ରେ କୌଣସି ଶବ୍ଦନାହିଁ। ସବୁ ନିସ୍ତବ୍ଧ। ନିଜର ପ୍ରିୟ ସଙ୍ଗଙ୍କୁ ହରାଇ ସେମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ରାଣୀତାଲ ହାଇସ୍କୁଲ ରେ ମୃତ ଛାତ୍ରଛାତ୍ରୀ ଙ୍କ ପାଇଁ ଶୋକସଭା ର ଆୟୋଜନ କରାଯାଇଥିଲା। ସେଠାରେ କେବଳ ଅଶ୍ରୁ ଭରା ନୟନରେ ସମସ୍ତେ ନିସ୍ତବ୍ଧ ହୋଇ ରହିଥିଲେ।

Leave a comment