‘ଭାବି ଜୀ ଘର ପର ହେ’ର ଅଭିନେତା ଦୀପେଶ ଭାନଙ୍କ ପରଲୋକ

0

ଆରପାରିରେ ଅଭିନେତା ଦୀପେଶ ଭାନ। ଲୋକପ୍ରିୟ ଟିଭି ସିରିଏଲ ‘ଭାବି ଜୀ ଘର ପର ହେ’ରେ ମଲଖାନ ଭୂମିକାରେ ଅଭିନୟ କରିଥିବା ୪୧ ବର୍ଷୀୟ ଅଭିନେତା ଦୀପେଶ ଭାନଙ୍କର ଆଜି ସକାଳେ ଦେହାନ୍ତ ହୋଇଛି ।

ଗଣମାଧ୍ୟମ ଅନୁଯାୟୀ, ଦୀପେଶ ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳୁଥିଲେ ଏବଂ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତାଙ୍କ ମୃତ୍ୟୁରେ ଅଭିନୟ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Leave a comment