ଭାବା ଆଣବିକ ଗବେଷଣା କେନ୍ଦ୍ରର ମୁଖ୍ୟ ହେଲେ ଓଡିଆ ବୈଜ୍ଞାନିକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ଅଜିତ୍ କୁମାର ମହାନ୍ତି ଭାବା ଆଣବିକ ଗବେଷଣା କେନ୍ଦ୍ରର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ସେ ବେସିକ୍ ଫିଜିକ୍ସରେ ପାରଦର୍ଶିତା ହାସଲ କରି ‘ଡାର୍କ ମ୍ୟାଟର୍’ର ରହସ୍ୟ ଉନ୍ମୋଚନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏବେ ସେ ଭାବା ଆଣବିକ ଗବେଷଣା କେନ୍ଦ୍ରରେ ପଦାର୍ଥ ବିଜ୍ଞାନ ନିର୍ଦ୍ଦେଶକ  ଭାବେ କାର୍ଯ୍ୟ କରୁଛନ୍ତି ।

ଛଅ ମାସ ହେଲା ଭାବା ଆଣବିକ ଗବେଷଣା କେନ୍ଦ୍ରର ମୁଖ୍ୟ ପଦ ଖାଲି ପଡ଼ିଥିଲା । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍‌ କମିଟିର ନିଷ୍ପତ୍ତି କ୍ରମେ ଡକ୍ଟର ମହାନ୍ତିଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ମୁମ୍ବାଇସ୍ଥିତ ଦେଶର ଏହି ପ୍ରମୁଖ ଆଣବିକ ଗବେଷଣା କେନ୍ଦ୍ରରେ ସେ ତିନି ବର୍ଷ ପାଇଁ ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ । ସେ କୋଲକାତାସ୍ଥିତ ସାହା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଅର ଫିଜିକ୍ସର ନିର୍ଦ୍ଦେଶକ ମଧ୍ୟ ଥିଲେ । 

Leave a comment