ମୁମ୍ୱାଇରେ ଫିକା ପଡ଼ିବ ନୂଆବର୍ଷ, ସନ୍ଧ୍ୟା ୫ରୁ ସକାଳ ୫ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲାଗିଲା କଟକଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର କରୋନା ମାମଲା ବୃଦ୍ଧି ପାଉଥିବାରୁ ସ୍ଥିତି ଚିନ୍ତାଜନକ ରହିଛି। ପରିସ୍ଥିତିକୁ ନଜରରେ ରଖି ମୁମ୍ବାଇ ପୋଲିସ ଶୁକ୍ରବାର ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛି। ନିୟମ ଅନୁସାରେ ନୂଆ ବର୍ଷ ପୂର୍ବରୁ ମୁମ୍ବାଇରେ ୧୪୪ ଧାରାକୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ସନ୍ଧ୍ୟା ୫ଟାରୁ ନେଇ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ବିଭିନ୍ନ ସ୍ଥାନରେ କଟକଣା ଲାଗୁ କରାଯାଇଛି । ସମୁଦ୍ର କୂଳ, ଖୋଲା ପଡିଆ, ଗାର୍ଡେନ, ପାର୍କ ଓ ଅନ୍ୟ ସାର୍ବଜୈନିକ ସ୍ଥାନରେ ଲୋକଙ୍କର ଯିବା ଆସିବା ଉପରେ କଟକଣା ଜାରି ରହିବ। ପ୍ରତ୍ୟେକ ଦିନ ଏହି ନିୟମ ଲାଗୁ ହେବ।
ଜାରି କରାଯାଇଥିବା ନିୟମ ମୁତାବିକ୍, ପୂର୍ବରୁ ଲାଗୁ କରାଯାଇଥିବା ସିଆର୍ପିସିର ଧାରା ୧୪୪କୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହି ସମୟରେ ବିବାହ ସମାରୋହରେ କେବଳ ୫୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ରହିଛି । ଏହାଛଡା ସାଂସ୍କୃତି, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ୫୦ ଜଣ ଲୋକ ଏକାଠି ହୋଇପାରିବେ। ଏହାଠାରୁ ଅଧିକ ଲୋକଙ୍କୁ ଆସିବା ଉପରେ କଟକଣା ରହିବ।
ଅନ୍ୟପଟେ ମୁମ୍ୱାଇ ନଗର ନିଗମ ୨୪ ଡିସେମ୍ୱରରେ ଜାରି କରିଥିବା ନିୟମରେ ସଂଶୋଧନ କରି ୟୁଏଇ ଏବଂ ଦୁବାଇରୁ ଆସୁଥିବା ବ୍ୟକ୍ତିଙ୍କୁ ୭ ଦିନ କ୍ୱାରେଣ୍ଟିନ୍ରେ ରହିବାକୁ ବାଧ୍ୟତାମୂଳକ କରିଛନ୍ତି । ଶୁଦ୍ଧକ୍ରିୟାରେ କେବଳ ୨୦ ଜଣ ଲୋକଙ୍କୁ ଅନୁମତି ରହିଛି । ଏହାଛଡା ଅନ୍ୟ ସବୁ କଟକଣା ପୂର୍ବଭଳି ରହିବ। ନୂଆ ନିୟମ ୩୧ ଡିସେମ୍ବର ମଧ୍ୟାହ୍ନ ୧ଟାରୁ ଲାଗୁ କରିଦିଆଯାଇଛି। ଏହା ୧୫ ଜାନୁଆରୀ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ। ମହାରାଷ୍ଟ୍ରରେ ପ୍ରତିଦିନ ଆସୁଥିବା ନୂଆ ମାମଲାରେ ମୁମ୍ବାଇ ସବୁଠାରୁ ଆଗରେ ରହିଛି। ୩୦ ଡିସେମ୍ବରରେ ମହାରାଷ୍ଟ୍ରରେ କରୋନାର ୫୩୬୮ ନୂଆ ମାମଲା ସାମନାକୁ ଆସିଛି। ସଂକ୍ରମିତଙ୍କ ଭିତରେ ମୁମ୍ବାଇର ୬୬% ଲୋକ ରହିଛନ୍ତି। ଅନ୍ୟପଟେ ମୁମ୍ୱାଇ ନଗର ନିଗମ ୨୪ ଡିସେମ୍ୱରରେ ଜାରି କରିଥିବା ନିୟମରେ ସଂଶୋଧନ କରି ୟୁଏଇ ଏବଂ ଦୁବାଇରୁ ଆସୁଥିବା ବ୍ୟକ୍ତିଙ୍କୁ ୭ ଦିନ କ୍ୱାରେଣ୍ଟିନ୍ରେ ରହିବାକୁ ବାଧ୍ୟତାମୂଳକ କରିଛନ୍ତି ।