୨୭କୁ ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୭କୁ ଘୁଞ୍ଚିଲା ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି ।

ସୂଚନା ଅନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ତାଙ୍କୁ ପିପିଲି ପୋଲିିସ ଗିରଫ କରିଥିଲା । ମହାରଥୀଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ କୋର୍ଟ ପରିସରରେ ସେ ବେହୋସ ହୋଇଯାଇଥିଲେ । ମହାରଥୀ ଅସୁସ୍ଥ ହେବାରୁ ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ତାଙ୍କୁ ହାଜିର କରାଯାଇଥିଲା । ସେଠାରେ ମହାରଥୀଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ମାତ୍ର ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ସେ କ୍ୟାପିଟାଲ ହସ୍ପିଟାଲର କେବିନ ନମ୍ବର ୫ରେ ଚିକିତ୍ସାଧୀନ ଅଛନ୍ତି ।ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଆଜି ହେବାକୁ ଥିଲା ମାତ୍ର ମାମଲାର ତଦନ୍ତ ଲାଗି ତଦନ୍ତକାରୀ ଅଧିକାରୀ ଅଧିକ ସମୟ ମାଗିଥିବାରୁ ଏହାର ପରବର୍ତ୍ତି ଶୁଣାଣି ୨୭ତାରିଖରେ ହେବ ।

Leave a comment