ମୌସୁମୀ ପୂର୍ବରୁ ତାତି ଜୀବନକୁ ଅସ୍ତବ୍ୟସ୍ତ କରୁଛି
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ପୁଣିଥରେ ପାରଦ ଉପରମୁହାଁ। କେତେକ ସ୍ଥାନରେ ଝଡ ବର୍ଷା ଦେଖିବାକୁ ମିଳୁଥିବା ବେଳେ ଅନେକ ସ୍ଥାନରେ ମୌସୁମୀ ଆଗମନ ପୂର୍ବରୁ ଅସହ୍ୟ ତାତି ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି। କେତେକ ସହରରେ ତାପମାତ୍ରା ୪୪ଡିଗ୍ରୀ ଉପରେ ରହିଛି। ଶୁକ୍ରବାର ବଲାଙ୍ଗୀର ଟିଟିଲାଗଡରେ ତାପମାତ୍ରା ସର୍ବାଧିକ ୪୫ଡିଗ୍ରୀ ରେର୍କଡ କରାଯାଇଥିବା ବେଳେ ବୌଦ୍ଧରେ ୪୪.୫, ସୋନପୁରରେ ୪୪.୩, ସମ୍ବଲପୁରରେ ୪୪.୪ ଏବଂ ଝାରସୁଗୁଡାରେ ୪୪.୨ ଡିଗ୍ରୀ ରେର୍କଡ କରାଯାଇଛି।
ସେହିପରି ଉତ୍ତର ଉପକୂଳ ଓଡିଶା ଏବଂ ଉତ୍ତର ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ପ୍ରଭାବରେ ଆଗାମୀ ୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।