ଶପଥ ଗ୍ରହଣ ପୂର୍ବରୁ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ନରେନ୍ଦ୍ର ମୋଦି । ଶପଥ ଗ୍ରହଣ କରିବା ପୂର୍ବରୁ ମୋଦି ଗୁରୁବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ରାଜଘାଟରେ ପହଞ୍ଚି ସକାଳ ୭ଟାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ସମୟରେ ମୋଦିଙ୍କ ସହିତ ବିଜେପି ସଭାପତି ଅମିତ ଶାହ, ଜେ.ପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପ୍ରକାଶ ସିଂହ ଜାଭଡେକର, ସୁରେଶ ପ୍ରଭୁ, ରବି ଶଙ୍କର ପ୍ରସାଦ, ଗିରିରାଜ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ବୀର ମେମୋରିଆଲ ଠାରେ ପହଞ୍ଚି ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ, ନୌସେନାଧ୍ୟକ୍ଷ ସୁନୀଲ ଲନବା ଏବଂ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶଲ ଆରକେଏସ ଭଦଉରିଆ ପ୍ରମୁଖ ଉପସ୍ଥିତ ଥିଲେ ।