ବିୟର ପିଇବାର ରହିଛି ଏହି ୫ଟି ଲାଭ
ମଦ୍ୟପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ପ୍ରାୟ ସମସ୍ତେ ଜାଣନ୍ତି । ହେଲେ ବିୟର ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ବୋଲି ଅନେକ ଜାଣିନଥିଲେ । ମଦ୍ୟପାନର ବିକଳ୍ପ ଭାବେ ଅଧିକାଂଶ ଲୋକେ ବିୟର ପିଇଥାନ୍ତି । ଭାରତର ପ୍ରାୟ ୩୦ ପ୍ରତିଶତ ଲୋକ ବିୟର ପିଇବାକୁ ଭଲ ପାଆନ୍ତି । ଲୋକମାନେ ମଦ ଅପେକ୍ଷା ଅଧିକ ବିୟର ପିଅନ୍ତି । କେବଳ ୫ରୁ ୧୨ ପ୍ରତିଶତ ଅଲକୋହଲ ହେବା କାରଣରୁ ବିୟର ଅନ୍ୟ ନିଶାଯୁକ୍ତ ପାନୀୟ ଅପେକ୍ଷା କମ୍ କ୍ଷତିକାରକ ବୋଲି ମନେ କରାଯାଏ । ଅନେକ ଲୋକ ସାରା ଦିନର ଥକାପଣ ଓ ବିଶ୍ରାମ ନେବା ପାଇଁ ଥଣ୍ଡା ବିୟର ପିଇବାକୁ ପସନ୍ଦ କରନ୍ତି । ଅଧ୍ୟୟନରୁ ଜଣାପଡିଛି ଯେ ବିୟର ପିଇବା ଦ୍ୱାରା ଆୟୁ ବଢ଼ିପାରେ, ଯନ୍ତ୍ରଣା କମିଯାଏ ଏବଂ ହୃଦରୋଗ ହେବାର ଆଶଙ୍କା କମିଯାଏ । କିନ୍ତୁ ଏସବୁ ମଧ୍ୟରେ ଆମେ ଭୁଲିଯିବା ଉଚିତ୍ ନୁହେଁ ଯେ ଏଥିରେ ଅଳ୍ପ ମାତ୍ରାରେ ଅଲକୋହଲ ରହିଛି ଓ ଏହାର ଅତ୍ୟଧିକ ଓ ନିୟମିତ ସେବନ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ଏହି ଆର୍ଟିକିଲରେ ଆମେ ଆପଣଙ୍କୁ କହିବାକୁ ଯାଉଛି ଯଦି ଆପଣ ବିୟର ପିଅନ୍ତି ତେବେ ଆପଣଙ୍କ ଶରୀରରେ ପାଇଁ କେତେ ଲାଭଦାୟକ ହୋଇଥାଏ ।
୧. କିଡନୀରେ ପଥର ଅଛି ତ ବିୟର ପିଅନ୍ତୁ
ବିୟରର ଉପକାରିତା ମଧ୍ୟରେ କିଡନୀ ଷ୍ଟୋନର କଥା ପ୍ରଥମେ ଉଲ୍ଲେଖ କରୁଛୁ । ଯଦି ଆପଣଙ୍କର କିଡନୀ ପଥର ଅଛି, ଏହା ସମ୍ଭବ ଯେ ପ୍ରତିଦିନ ବିୟର ପିଇଲେ ଏହା ଧୀରେ ଧୀରେ ପରିସ୍ରା ଦେଇ ବାହାର ଯାଇଥାଏ । ଫିନଲ୍ୟାଣ୍ଡର ରାଜଧାନୀ ହେଲସିଙ୍କିରେ ୨୭,୦୦୦ ଲୋକଙ୍କ ଉପରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରତିଦିନ ଗୋଟିଏ ବିୟର ପିଇବା ଦ୍ୱାରା କିଡନୀରେ ପଥର ହେବାର ଆଶଙ୍କା ୪୦ ପ୍ରତିଶତ କମିଯାଏ । ଏହାର କାରଣ ହେଉଛି ବିୟରରେ ଉଭୟ ଜଳ ଓ ଅଲକୋହଲ ରହିଥାଏ, ଯାହା ଦ୍ୱାରା ପରିସ୍ରା ପତଳା ଓ ତୀବ୍ର ହୋଇଥାଏ । ଏହାଦ୍ୱାରା ପଥର ଗଠନ ହେବାର ଆଶଙ୍କା କମିଯାଏ ।
୨. ହୃଦୟ ପାଇଁ ଲାଭଦାୟକ
ଯେତେବେଳେ କୋଲେଷ୍ଟ୍ରଲ ଓ ଅନ୍ୟାନ୍ୟ ଚର୍ବିଯୁକ୍ତ ପଦାର୍ଥ ହୃଦୟର ଭିତର ପୃଷ୍ଠରେ ଜମା ହୋଇଯାଏ, ତ ଡାର୍କ କିମ୍ବା ଷ୍ଟ୍ରୋଙ୍ଗ୍ ବିୟର ପିଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା କମ୍ ହୋଇଯାଏ । ଆମେରିକାର ପେନସିଲଭାନିଆର ଏକ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି ।
୩. ଷ୍ଟ୍ରୋକ୍ ପାଇଁ ଉପକାରୀ
ଷ୍ଟ୍ରୋକ ହେଉଛି ମସ୍ତିଷ୍କ ସମ୍ୱନ୍ଧୀୟ ଏକ ମାମଲା । ସାଧାରଣତଃ ଲୋକଙ୍କୁ ଏକ ଷ୍ଟ୍ରୋକ୍ ସେତେବେଳେ ହୋଇଥାଏ ଯେତେବେଳେ ସେମାନଙ୍କର ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥାଏ ଓ ଏହା ମସ୍ତିଷ୍କକୁ ରକ୍ତ ଏବଂ ଅମ୍ଳଜାନ ପ୍ରବାହକୁ ଅବରୋଧ କରିଥାଏ । ଯେତେ ଅଧିକ କ୍ଲଟ୍ ଅଛି, ଅବସ୍ଥା ଖରାପ ହେବ । କିନ୍ତୁ ବିୟର ପିଇବା ଦ୍ୱାରା ରକ୍ତ ସଞ୍ଚାଳନ କରୁଥିବା ଧମନୀଗୁଡ଼ିକ ନମନୀୟ ହୋଇଯାଏ ଓ ରକ୍ତ ସଞ୍ଚାଳନ ଶୀଘ୍ର ହୋଇଥାଏ । ଏହାଦ୍ୱାରା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା କମିଯାଏ ।
୪. ହାଡ଼ ପାଇଁ ଲାଭକାରୀ
କିଛି ବୁଦ୍ଧିମାନ ଲୋକ କହିଯାଇଛନ୍ତି ଯେ ଅତି ସବୁକିଛିକୁ ଖରାପ କରିଦେଇଥାଏ । ଏହା ବିୟର ପାଇଁ ମଧ୍ୟ ଲାଗୁ ହୋଇଥାଏ । ସିଲିକନ୍ ନାମକ ଏକ ଉପାଦାନରେ ବିୟର ଭରପୂର ଅଟେ । ଏହା ସେହି ଉପାଦାନ, ଯାହା ହାଡ଼କୁ ବିକାଶରେ ସାହାଯ୍ୟ କରେ । କିନ୍ତୁ, ମାସାଚୁସେଟ୍ସ ୟୁନିଭର୍ସିଟିରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ଆପଣ ଦିନକୁ ଗୋଟିଏରୁ ଦୁଇ ଗ୍ଲାସ୍ ବିୟର ପିଅନ୍ତି, ତେବେ ଆପଣଙ୍କର ହାଡ ଭାଙ୍ଗିବାର ସମ୍ଭାବନା କମ୍ ଥାଏ । ଯଦି ଆପଣ ଏହାଠାରୁ ଅଧିକ ବିୟର ପିଅନ୍ତି, ତେବେ ଭଙ୍ଗା ହେବାର ଆଶଙ୍କା ବଢିଥାଏ ।
୫. ମଧୁମେହ ରୋଗୀଙ୍କ ପାଇଁ ଉପକାରୀ
ମଧୁମେହ ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ରୋଗ, ଯାହା ଶରୀରକୁ ଧୀରେ ଧୀରେ କ୍ଷତି ପହଞ୍ଚାଇଥାଏ । ୨୦୧୧ରେ ହାୱାର୍ଡରେ ୩୮,୦୦୦ ମଧ୍ୟବିତ୍ତ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ମଧ୍ୟବିତ୍ତ ବ୍ୟକ୍ତିମାନେ ପ୍ରତିଦିନ ଗୋଟିଏରୁ ଦୁଇ ଗ୍ଲାସ୍ ବିୟର ପିଉଥିଲେ ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ୨୫ ପ୍ରତିଶତ କମିଯାଇଥିଲା । ଏହାର କାରଣ ହେଉଛି ବିୟରରେ ଥିବା ଅଲକୋହଲ ଶରୀରରେ ଇନସୁଲିନ ସମ୍ବେଦନଶୀଳତା ବଢ଼ାଇଥାଏ, ଯାହା ମଧୁମେହକୁ ରୋକିବାରେ ସାହାଯ୍ୟ କରିଥାଏ ।
ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।