ଛୁଆଙ୍କୁ ଧରି ଗାଁରେ ବୁଲୁଛି ମାଆ ଭାଲୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଙ୍ଗଲ କ୍ଷୟଯୋଗୁ ଗାଁମୁହା ଜଙ୍ଗଲୀ ଜନ୍ତୁ। ଦୁଇ ଛୁଆଭାଲୁଙ୍କୁ ଧରି ଗାଁ ଭିତରେ ବୁଲୁଛି ମାଆ ଭାଲୁ । ନବରଙ୍ଗପୁର ଜିଲ୍ଲାରେ ଭାଇରାଲ ହେଉଛି ଏମିତି ଏକ ଭିଡିଓ । ଗୋଟିଏ ମାଇ ଭାଲୁ ଦୁଇଟି ଛୁଆଙ୍କୁ ଧରି ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ଓ ନିକଟସ୍ଥ ଗାଁକୁ ଗାଁ ବୁଲୁଛି। ବର୍ତ୍ତମାନ ସୁଦ୍ଧା ଭାଲୁଟି କାହାର କିଛି କ୍ଷତି କରିନଥିଲେ ମଧ୍ୟ ଲୋକ ଆତଙ୍କିତ ହୋଇ ରହିଛନ୍ତି । ଜଙ୍ଗଲ କ୍ଷୟ ହେଉ ଥିବାରୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ଭାଲୁ । କିଛିଦିନ ତଳେ ନନ୍ଦାହାଣ୍ଡି ବ୍ଲକର ଖୁଣ୍ଟିଆ ଛକର ଗୋଟିଏ କଲଭର୍ଟ ତଳେଗୋଟେ ଭାଲୁ ଛୁଆକୁ ଉଦ୍ଧାର କରିଥିଲା ବନ ବିଭାଗ ।

Leave a comment