ନୂଆପଡାରେ ଭାଲୁ ଆତଙ୍କ, ୨ଜଣ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୂଆପଡାରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଡୋଙ୍ଗର ଗାଁର ଘଟଣା। ଗୁରୁତର ବ୍ୟକ୍ତିଙ୍କ ନାମ ଜଳନ୍ଧର ମାଝୀ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଜଳନ୍ଧର ମାଝୀ ଆଜି ସକାଳ ସମୟରେ ଶୌଚ ପାଇଁ ପୋଖରୀକୁ ଯାଇଥିଲେ । ଏହି ସମୟରେ ଗୋଟିଏ ଭାଲୁ ଆକ୍ରମଣ କରିଥିଲା । ଭାଲୁଟି ମୁହଁକୁ ଆକ୍ରମଣ କରିଥିବା ବେଳେ ଦୁଇଟି ଆଖି ନଷ୍ଟ ହୋଇ ଯାଇଥିବା ଅନୁମାନ କରାଯାଉଛି । ଜଳନ୍ଧରଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଅଧିକ ଚିକିତ୍ସା ପାଇଁ ଭବାନିପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave a comment