ଭିଜିଲାନ୍ସ ଜାଲରେ ବିଡିଏ ଅଫିସର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ (ବିଡିଏ) ଭୁବନେଶ୍ୱର ଡେଭଲପମେଣ୍ଟ ଅଥୋରିଟିର ସ୍କେସନ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱର ବିଡିଏ ସେକ୍ସନ ଅଫିସର ବିଭୂତିଭୂଷଣ ରାୟଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢଉ କରିଛି । ଏକକାଳୀନ 5 ଟି ସ୍ଥାନରେ ଏହି ଚଢଉ କରାଯାଇଛି ।
ଆଜି ଭୋରୁ ଭିଜିଲାନ୍ସର ଏକ ଟିମ ବିଭୂତିଭୂଷଣ ରାୟଙ୍କ ଭୁବନେଶ୍ୱରସ୍ଥିତି ଜିଜିପି କଲୋନୀ ବାସଭବନ, ଝାରପଡ଼ା ଓ ଅଫିସରେ ଚଢଉ କରିଛି । ଏହାସହ ଜଗସଂହପୁର ପୈତୃକ ଘରେ ମଧ୍ୟ ଭିଜିଲନ୍ସ ଚଢାଉ ଜାରି ରଖିଛି । ବିଭୂତିଭୂଷଣ ରାୟଙ୍କ ଏବଂ ତାଙ୍କ ପରିବାର ନାଁରେ ଥିବା ବ୍ୟାଙ୍କ ବାଲାନ୍ସ ସହ ବିଭନ୍ନ କାଗଜପତ୍ର ଓ ସୁନା ଅଳଙ୍କାର ଭଲ ଭାବେ ଯାଞ୍ଚ କରାଯାଉଛି ।