ରାଜଧାନୀରେ ଲୁଗା ଦୋକାନକୁ ୨ ଲକ୍ଷ ଟଙ୍କା ଫାଇନ୍

0

(ଓଡ଼ିଶାଫାଷ୍ଟ ବ୍ୟୁରୋ): ରାଜ୍ୟରେ ଲାଗୁ ରହିଛି ଲକଡାଉନ୍ । କରୋନା ସଂକ୍ରମଣ ରୋକିବା ତଥା ସଂକ୍ରମଣର ଚେନ୍ ଭାଙ୍ଗିବାକୁ କଟକଣାକୁ କଡାକଡି କରାଯାଇଚି । ସମସ୍ତ ଦୋକାନ ବଜାର ବନ୍ଦ ରହୁଛି । କେବଳ ସକାଳ ୧୧ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳୁଛି । କରୋନା ବିପଦ ଥମି ନଥିବା ବେଳେ ଅନେକ ଅମାନିଆ କଟକଣା ମାନୁ ନାହାଁନ୍ତି । ପୋଲିସ ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଚିଛପି ବେପାର କରୁଛନ୍ତି । ଏପରି ଜଣେ ଅମାନିଆ ଦୋକାନକୁ ସିଲ୍ କରିଛି କମିଶନରେଟ୍ ପୋଲିସ ।

ରାଜଧାନୀର ଝାରପଡା ଛକରେ ଥିବା ସଗୁନ ଲୁଗା ଦୋକାନରେ ପୋଲିସ ଚଢଉ କରିଥିଲା। ଏହି ଦୋକାନ ନିୟମ ନମାନି ବିକ୍ରି କରୁଥିବା ପୋଲିସକୁ ସୂଚନା ମିଳିଥିଲା । ଏପରିକି କୋଭିଡ୍ ଗାଇଡଲାଇନକୁ ମଧ୍ୟ ଖାତିର କରିନଥିଲେ ଦୋକାନୀ ।

ତେବେ କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । ଦୋକାନ ମାଲିକଙ୍କ ସହ ଗ୍ରାହକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

Leave a comment