ଗାଧୁଆ ପାଣିରେ ମିଶାନ୍ତୁ ଏହି ୫ଟି ଜିନିଷ, ରହିବନି ଧନର ସମସ୍ୟା

ଜୀବନକୁ ସୁନ୍ଦର ତଥା ସୁଖମୟ କରିବାକୁ ଏକ ସଠିକ୍ ଜୀବନ ଶୈଳୀର ଆବଶ୍ୟକତା ରହିଛି। ଏହି ଶୈଳୀ ଯେତେ ଭଲ ରହିବ, ଆମ ଲାଇଫ୍ଷ୍ଟାଇଲ୍ ବି ସେତେ ଉନ୍ନତ ହେବ। ଏହି ଧାରାରେ ନିୟମିତ ନିତ୍ୟ କର୍ମ ସହ ଆମେ ସ୍ନାନ କରିବା ବି ଜରୁରୀ। ତେବେ ଗାଧୋଇବା ବେଳେ ଯଦି ଗାଧୁଆ ପାଣିରେ କିଛି ଜିନିଷ ମିଶାଯାଏ ତେବେ ଭାଗ୍ୟ ଉଦୟ ହୋଇଥାଏ। ଗାଧୁଆ ପାଣିରେ କିଛି ଜିନିଷ ମିଶାଇବା ଦ୍ୱାରା ଖରାପ ସମୟ ଚାଲିଯିବା ସହ ଶାରୀରିକ ବଳ ଓ ଧନ ଉଭୟ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗାଧୁଆ ପାଣିରେ କି କି ଜିନିଷ ମିଶାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୁଏ
ଗାଧୋଇବା ବେଳେ ପାଣିରେ ତେଲ ମିଶାଇବା ଦ୍ୱାରା ମହାଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଏଥିସହ ଧନଧାନ୍ୟରେ ପରିପୂର୍ଣ୍ଣ ରହିବାର ଆଶୀର୍ବାଦ ମଧ୍ୟ ମିଳେ।
ଯଦି ଆପଣ ଗାଧୁଆ ପାଣିରେ ଘିଅ ମିଶାଉଛନ୍ତି ତେବେ ତ୍ୱଚାରେ ଚମକ ଆସିଥାଏ। ଏଥିସହ ଶରୀର ସୁସ୍ଥ ରହେ।
ଯଦି ଗାଧୋଇବା ବେଳେ ପାଣିରେ ସୁଗନ୍ଧିତ ଦ୍ରବ୍ୟ ମିଶାଉଛନ୍ତି ତେବେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିଲେ ଗାଧୁଆ ପାଣିରେ ଚନ୍ଦନ, ସୁଗନ୍ଧିତ ଫୁଲ ଆଦି ମିଶାନ୍ତୁ। ଧନ ସମସ୍ୟା ଦୂର ହେବା ସହ ଲକ୍ଷ୍ମୀଙ୍କ କୃପା ବଜାୟ ରହିବ।
ଗାଧୋଇବା ବେଳେ ଯଦି ପାଣିରେ କ୍ଷୀର ମିଶାଉଛନ୍ତି, ତେବେ ଏହା ଦ୍ୱାରା ବ୍ୟକ୍ତିଙ୍କ ଆୟୁଷ ବୃଦ୍ଧିପାଏ। ଏଥିସହ ଶାରୀରିକ ବଳ ବି ପ୍ରାପ୍ତ ହୋଇଥାଏ।
ଯଦି ବ୍ୟକ୍ତି ନିଜ ଗାଧୁଆ ଜଳରେ ଅଳେଇଚ ଓ କେସର ମିଶାଉଛନ୍ତି, ତେବେ ଏହା ଦ୍ୱାରା ଖରାପ ସମୟ ଚାଲିଯାଏ।