ଘର ଭିତରେ ସୂର୍ଯ୍ୟକିରଣ ପଡ଼ିବା ଭଲ ନା ଖରାପ ?
ସୂର୍ଯ୍ୟଦେବ କଳିଯୁଗରେ ପ୍ରତ୍ୟକ୍ଷ ଦେବତା ରୂପେ ବିବେଚିତ ହୋଇଥାନ୍ତି। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତ୍ଵ ମଧ୍ୟ ରହିଛି। ଶକ୍ତିର ଅସୀମ ଭଣ୍ଡାର ସୂର୍ଯ୍ୟଦେବଙ୍କୁ ନେଇ ବାସ୍ତୁ ଶାସ୍ତ୍ରରେ ବହୁ ରୋଚକ ଉପାୟ ରହିଛି, ଯାହାର ଉପଯୋଗରେ ଆମ ଜୀବନରେ ବେଶ୍ ଉନ୍ନତି ହୋଇଥାଏ।
ସୂର୍ଯ୍ୟୋଦୟର ପୂର୍ବରୁ ବ୍ରହ୍ମମୁହୂର୍ତ୍ତ ସମୟଟି ଅଧ୍ୟୟନ ପାଇଁ ସର୍ବଶ୍ରେଷ୍ଠ ବୋଲି କୁହାଯାଏ। ବିଦ୍ୟାର୍ଥୀମାନେ ଏହି ସମୟକୁ ସଦୁପଯୋଗ କରିବା ଉଚିତ୍। ସୂର୍ଯ୍ୟୋଦୟ ସମୟରେ ଘରର ସମସ୍ତ ଝରକା କବାଟ ଖୋଲିବା ଉଚିତ୍। ଯଦି କୌଣସି ଘରେ ସୂର୍ଯ୍ୟ କିରଣ ଠିକ୍ ଭାବରେ ପଡିପାରୁନାହିଁ, ତେବେ ସେହି ଘରେ ସୂର୍ଯ୍ୟ ଦେବଙ୍କ ତମ୍ବାର ପ୍ରତିମା ଲଗାଇବା ଉଚିତ୍।ସେହିପରି ରୋଷେଇ ଘର ଓ ସ୍ନାନ ଘରେ ସୂର୍ଯ୍ୟର ପ୍ରକାଶ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ। ସେହିପରି ଯେଉଁ ଘରେ ଧନ ସମ୍ପତ୍ତି ରଖୁଛନ୍ତି ,ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ ଘରେ କେବେ ଆର୍ଥିକ ସମସ୍ୟା ଦେଖାଯାଏ ନାହିଁ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି।ପରିବାରର ଯଦି କୌଣସି ଲୋକେ ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି ତେବେ ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇବା ଉଚିତ୍। ଏହାଦ୍ବାରା ସେ ଶୀଘ୍ର ସୁସ୍ଥ ହୋଇଯିବେ। ସେହିପରି ରୋଷେଇ ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ କେବେ ଅନ୍ନର ଅଭାବ ହୋଇନଥାଏ ବୋଲି ବିଶ୍ୱାସ ରହିଛି। ସେହିପରି କାର୍ଯ୍ୟାଳୟ ବା ଦୋକାନରେ ସୂର୍ଯ୍ୟ ଦେବଙ୍କର ପ୍ରତିମା ଲଗାଇବା ଦ୍ବାରା ଉନ୍ନତି ମିଳିଥାଏ। ଘରର ମନ୍ଦିରରେ ସୂର୍ଯ୍ୟଦେବଙ୍କର ପ୍ରତିମା ଲଗାଇବା ଦ୍ବାରା ଘରେ ସୂର୍ଯ୍ୟଦେବଙ୍କ କୃପା ସର୍ବଦା ରହିଥାଏ। ଏହାସହ ସୂର୍ଯ୍ୟଙ୍କ ଆଲୋକ ପଡ଼ୁଥିବା ଘରେ ନକାରାତ୍ମକ ଶକ୍ତି ରହେ ନାହିଁ। ଏହାସହ ସୂର୍ଯ୍ୟ କିରଣ ଘରେ ପଡ଼ିବା ଦ୍ଵାରା ଅନେକ ରୋଗ ଜୀବାଣୁ ମରଯାଆନ୍ତି।