ଅନୁଭବଙ୍କ ଘରେ ରହିବେ ବର୍ଷା
କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏବେ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରହିବେ । ପୁର୍ବରୁ ଅନୁଭବ ମହାନ୍ତିଙ୍କ ଘର ଛାଡ଼ି ଭଡ଼ା ଘରେ ରହିବାକୁ ଏସଡ଼ିଜେଏମ୍ କୋର୍ଟରୁ ନିର୍ଦ୍ଦେଶ ଥିଲା । ହେଲେ ଆଜି ଏହି ମାମଲାର ପୁଣି ଥରେ ଶୁଣାଣୀ ହୋଇଛି । ଏସଡ଼ିଜେଏମ୍ ଙ୍କ ନିର୍ଦ୍ଦେଶରେ କଟକ ଜିଲ୍ଲା ଜଜ୍ ଅନ୍ତରୀଣ ରୋକ୍ ଲଗାଇଛନ୍ତି ।
ପୁର୍ବରୁ ଏସଡ଼ିଜେଏମ୍ କୋର୍ଟ ବର୍ଷା ଅନୁଭବଙ୍କ ଘରେ ନରହିବା ସହିତ ଅନୁଭବ ଘରଭଡ଼ା ବାବଦକୁ ମାସିକ ୩୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ, ହେଲେ ବର୍ତ୍ତମାନ ଏହି ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି କଟକ ଜିଲ୍ଲା ଜଜ୍ । ସୁଚନା ଅନୁସାରେ ଗତକାଲି ମଧ୍ୟ କୋର୍ଟରେ ପହଂଚିଥିଲେ ବର୍ଷା । ଅନୁଭବ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରୁଥିବା ଦର୍ଶାଇ ଏକ ଆବେଦନ କରିଥିଲେ । ଅନ୍ୟପଟେ ଘରେ ଅସୁସ୍ଥ ବାପା ମା ଥିବା କାରଣରୁ ବର୍ଷା ଅନ୍ୟତ୍ର ରହିବାକୁ ନିବେଦନ କରିଥିଲେ ଅନୁଭବ ।