ସତ୍ୟଭାମା ଦେବୀ ମୂଳ ବଧୂର ମହାବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ବର୍ଷା ପ୍ରିୟଦର୍ଶିନୀଙ୍କ ପୁସ୍ତକ ବଣ୍ଟନ

0

ଅଭିନେତ୍ରୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ୟମରେ ଆମ ପାଠାଗାଜର ଚତୁର୍ଥ ସଂସ୍କରଣ ୨୦୨୧ ମସିହା ସେପ୍ଟେମ୍ବର ୨୨ ତାରିଖ ଦିନ ଭୁବନେଶ୍ୱରର ସତ୍ୟଭାମା ଦେବୀ ମୂକ ବଧୂର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ମହାବିଦ୍ୟାଳୟର ଏହି କାର୍ଯ୍ୟକ୍ରମକୁ ବର୍ଷା ପ୍ରିୟଦର୍ଶନୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ, ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପୁସ୍ତଳ ପ୍ରଦାନ କରିଥିଲେ ଏବଂ ସେମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଏହା ଥିଲା ପାଠାଗାର ଆନ୍ଦୋଳନର ପୁରୋଧା ସୂର୍ଗତ ଦାଶରଥ ପଟ୍ଟନାୟକ (ଦାଶିଆ ଅଜା) ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି, ଏହା ପରେ ଦିନରେ ପ୍ରାପ୍ତ ହୋଇଥିବା ପୁସ୍ତକ ଜ୍ୟାବିନେଟର ରିବନ୍‌ କାଟିବା ସମାରୋକ ଆନ୍ଦୋଳନ ହୋଇଥିଲା। ଆମ ପାଠାଗାର ତରଫରୁ ବିଶ୍ବବିଦ୍ୟାଳୟ ଅକ୍ଷଙ୍କୁ ଏକ ଦାନ ପ୍ରମାଣପତ୍ରରେ ସମ୍ମାନିତ କରାଯାଇଥିଲା । ବର୍ଷା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ । ସମସ୍ତ ପୁସ୍ତକ ପାଠ୍ୟ ଖସଡ଼ା ସହିତ ଜଡିତ ଥିବାରୁ ଶିକ୍ଷାର୍ଥୀ ଏହି ପୁସ୍ତକଗୁଡିକ ବ୍ୟବହାର କରିବା ସହ ବିଶ୍ବବିଦ୍ୟାଳୟ ପରୀକ୍ଷାରେ ଏହି ପୁସ୍ତକଗୁଡ଼ିକ ଦ୍ବାରା ସାହାଯ୍ୟ ପାଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ ।

ପୁସ୍ତନ ଦାନ କରିବା ଏବଂ ଭୁବନେଶ୍ବରରେ ପ୍ରାଥମିକ ବିଦ୍ୟାଳୟ ଏବଂ ବୃଦ୍ଧାଶ୍ରମ ଗୁଡ଼ିକରେ ପାଠାଗାର ନିର୍ମାଣ କରିବା, ଶିଶୁ ତଥା ବୃଦ୍ଧ ବୃଦ୍ଧାଙ୍କୁ ପୁସ୍ତକ ଉପଲବ୍ଧ କରାଇବା ପାଇଁ ସମଗ୍ର ରାଜ୍ୟରେ ପାଠାଗାର ନିର୍ମାଣ କରିବା ଆମ ପାଠାଗାର ଅଭିଯାନର ଲକ୍ଷ୍ୟ । ଏହା ଦାଶିଆ ଅଜାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ଜ୍ୱଳିତ କରିବା ସହ ପୁସ୍ତକ ମାଧ୍ୟମରେ ଖୁସି ବାଣ୍ଟିବାର ସ୍ବପ୍ନକୁ ପୂରଣ କରିବା ପାଇଁ ଏକ ଛୋଟିଆ ଉଦ୍ୟମ ।

Leave a comment