ଅନୁଭବ-ବର୍ଷା ବିବାଦ : ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

0

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବହୁଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅର୍ଥାତ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନ ପାରିବାରିକ ବିବାଦ ମାମଲା । ଏହି ଘଟଣାରେ ଆସିଛି ନୂଆ ମୋଡ । ଏବେ ଅନୁଭବଙ୍କ ଘର ଛାଡିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏନେଇ କଟକ ଏସଡିଜେମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତି ମାସରେ ରହଣି ପାଇଁ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଦେବେ ଅନୁଭବ ମହାନ୍ତି। ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ୩୦ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାପା ମାଆ ଅସୁସ୍ଥ ଥିବାରୁ ଘର ଛାଡିବାକୁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ତେବେ ଅନୁଭବଙ୍କ ପିଟିସନକୁ କୋର୍ଟ ଗ୍ରହଣ କରିଛନ୍ତି । ଏହାସହିତ ବର୍ଷା ପ୍ରିୟଦର୍ଶିନୀଙ୍କୁ ଘର ଛାଡିବାକୁ କହିଛନ୍ତି । ତେବେ ଲଗାତାର ଭାବେ ମାମଲାଟି କୋର୍ଟରେ ବିଚାରାଧୀନ ରହିଥିଲା। ଅନୁଭବଙ୍କ ପକ୍ଷରୁ ଆବେଦନ ମଧ୍ୟ କରାଯାଇଥିଲା । ବର୍ଷା ତାଙ୍କ ଘରେ ରହୁଛନ୍ତି ଏବଂ ଅନୁଭବଙ୍କ ବାପା ମାଆ ଅସୁସ୍ଥ ଥିବାରୁ ସେମାନଙ୍କୁ ଅସୁବିଧା ହେଉଛି । ସେହି ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ଶେଷରେ ଅନୁଭବଙ୍କ ଘର ଛାଡିବାକୁ କଟକ ଏସଡିଜେମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment