ବର୍ଷା-ଅନୁଭବ ବିବାଦ ମାମଲା : କୋର୍ଟରେ ଦୁଇଟି ପିଟିସନର ଶୁଣାଣି

0

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବର୍ଷା-ଅନୁଭବ ବିବାଦ ମାମଲାର କଟକ ଏସଡିଜେଏମଙ୍କ କୋର୍ଟରେ ଶୁଣାଣି । ସେଥିରୁ ବର୍ଷାଙ୍କ ରୋଜଗାର ସମ୍ପର୍କିତ ତଥ୍ୟ କୋର୍ଟରେ ରଖିବାକୁ ଏକ ମାମଲା ଓ ଅନ୍ୟଟି ବର୍ଷାଙ୍କୁ ଘରୁ ଉଛେଦ ପାଇଁ ପିଟିସନ ।

ଉଭୟ ପିଟିସନର ଶୁଣାଣି ସରିଥିବା ବେଳେ ପରବର୍ତ୍ତୀ ସମୟରେ ନିର୍ଦ୍ଦେଶନାମା ଦେବେ କଟକ ଏସଡ଼ିଜେଏମ କୋର୍ଟ । ଅନୁଭବଙ୍କ ଉପସ୍ଥିତିରେ ମାମଲାର ଶୁଣାଣି ହୋଇଛି । ତେବେ ଗଣମାଧ୍ୟମ ଆଗରେ ଅନୁଭବ ପ୍ରତିକ୍ରିୟା ରଖିନାହାନ୍ତି । କୋର୍ଟ ସମ୍ମୁଖରେ ଗହଳି ଯୋଗୁଁ ବର୍ଷା ହାଜର ହୋଇ ପାରୁନ ଥିବା ତାଙ୍କ ଓକିଲ ଦର୍ଶାଇଛନ୍ତି ।

Leave a comment