ଗିରଫ ହେଲେ ବାରିପଦା ବିଧାୟକ, ଲାଗିଲା ଚାରୋଟି ଦଫା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗିରଫ ହେଲେ ବାରିପଦା ବିଧାୟକ । ଦଫା ୨୯୪, ୩୪୧, ୩୨୩ ଏବଂ ୫୦୬ରେ ଗିରଫ ହେଲେ ବିଧାୟକ ପ୍ରକାଶ ସୋରେନ । ବାରିପଦା ଆଇଟିଡିଏ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସହଯୋଗୀ ପ୍ରଶାନ୍ତ ବେହେରା ଥାନାରେ ଅଟକ ଥିଲେ । ଏହାପରେ ବିଧାୟକ ଓ ସମର୍ଥକଙ୍କୁ ମଧ୍ୟ ଅଟକ ରଖାଯାଇଥିଲା ।
ସୂଚନା ଅନୁଯାୟୀ, ଗତକାଲି ନିଜର ଦବଦବା ଜାହିର କରିବାକୁ ଯାଇ ନିର୍ବାହୀ ଯନ୍ତ୍ରୀଙ୍କୁ ବିଧାୟକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଅପରପକ୍ଷରେ ବାରିପଦା ସଦର ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ସହଯୋଗୀ ପ୍ରଶାନ୍ତ ବେହେରାଙ୍କୁ ଥାନାରେ ଅଟକ ରଖିବା ପ୍ରତିବାଦରେ ବିଜେପି ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।