ବାରବାଟୀ ଟ୍ବେଣ୍ଟି-୨୦: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଲଢ଼େଇ

0

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଢ଼େଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ହେଉଥିବା ବେଳେ ଏହାକୁ ଦେଖିବା ପାଇଁ ସାରା ରାଜ୍ୟର କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଥିଲା ପ୍ରବଳ ଆଗ୍ରହ। ଆଜି (ରବିବାର) ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମ୍ରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ନୂତନ ଏଲ୍ଡି ଫ୍ଲଡ୍ଲାଇଟ୍ରେ ଟ୍ବେଣ୍ଟି୨୦ କ୍ରିକେଟ୍ର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହା ମୁକାବିଲା।

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ଖେଳାଯିବ ବୋଲି ଜଣାପଡ଼ିବା ପରେ ଏହାକୁ ସଫଳ କରିବା ଲାଗି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପୂରା ଦମ୍ରେ ଲାଗି ପଡ଼ିଥିଲା। ପଡ଼ିଆ ଓ ପିଚ୍ ତ ପୂର୍ବରୁ ନୂତନ ଭାବେ ନିର୍ମିତ ହୋଇଥିଲା। ପୁଣି ୭ନଂ ଗ୍ୟାଲେରୀକୁ ମରାମତି କରାଯିବା ସହ ଖେଳାଳି ଡ୍ରେସିଂରୁମ୍ ନୂତନ ଭାବେ ନିର୍ମିତ ହୋଇଛି।

ଉଭୟ ଦଳର ଖେଳାଳି ବାରବାଟୀର ଆଉଟ୍ ଫିଲ୍ଡକୁ ପ୍ରଶଂସା କରିଛନ୍ତି। ଭାରତ ପାଇଁ ବାରବାଟୀ ଅନ୍ୟତମ ସଫଳ ଗ୍ରାଉଣ୍ଡ। ସମସ୍ତ କ୍ରିକେଟ୍ପ୍ରେମୀଙ୍କ ଆଶା ଯେ ଏହି ମ୍ୟାଚ୍ରେ ଭାରତ ଜିତୁ।
ପ୍ରଥମ ଟ୍ବେଣ୍ଟି୨୦ରେ ଭାରତ ପରାସ୍ତହେବା ପରେ ଏଠାରେ ଋଷଭ ପନ୍ତ୍ଙ୍କ ଦଳ ଜିତିବା ସହ ଶୃଙ୍ଖଳାକୁ ୧-୧ କରିବ ବୋଲି ଆମ ଦର୍ଶକ ଆଶା ରଖିଛନ୍ତି। ଭାରତୀୟ ଦଳକୁ ବାରବାଟୀରେ ପ୍ରବଳ ସମର୍ଥନ ମିଳିବ। ବାରବାଟୀ ହାଉସ୍ଫୁଲ୍ ହେବା ନିଶ୍ଚୟ; ଏହାସହ ଦର୍ଶକଙ୍କ ପଇସା ଅସୁଲ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।

Leave a comment