ବାରବାଟୀ ମ୍ୟାଚ ବନ୍ଦ ହେବନି – ହାଇକୋର୍ଟ

0

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ବାତିଲ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ସଞ୍ଜୟ ନାୟକଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାକୁ କୋର୍ଟ ଖାରଜ କରିଛନ୍ତି । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି କୋର୍ଟଙ୍କୁ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସେପଟେ ବାରବାଟୀ ଟି-20 ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି । ପ୍ରଥମ ପର୍ଯ୍ୟାୟରେ ବିକ୍ରି ହେଉଥିବା ଏହି ଟିକେଟ କେବଳ ଓସିଏ ସହିତ ଅନୁବନ୍ଧିତ ସଂଗଠନ, ସ୍କୁଲ, କଲେଜ ଓ କ୍ଲବ ଇତ୍ୟାଦିକୁ ବିକ୍ରି କରାଯିବ । ଓସିଏ କନଫରେନ୍ସ ହଲରେ ଏହି ଟିକେଟ ବିକ୍ରିର କାର୍ଯ୍ୟକ୍ରମ ରହିଥିବା ବେଳେ 8 ହଜାର ଟିକେଟ ସେମାନଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି । ତେବେ ଆସନ୍ତା 9 ତାରିଖରୁ ସର୍ବସାଧାରଣଙ୍କ ପାଇଁ ଷ୍ଟାଡିୟମ ପରିସରରେ ଥିବା କାଉଣ୍ଟରରେ ଟିକେଟ ବିକ୍ରି କରିବା ପାଇଁ ସମସ୍ତ ପ୍ରସ୍ତୁତିକୁ ଶେଷ କରିଛି ଓସିଏ ।

ଜୁନ୍ ୧୨ ଅର୍ଥାତ୍ ରବିବାର ଖେଳାଯିବାକୁ ଥିବା ଟି୨୦ ମ୍ୟାଚ୍ ପାଇଁ ବାରବାଟୀ ପ୍ରସ୍ତୁତ । ଷ୍ଟାଡିୟମ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବା ବେଳେ ଆନୁସଙ୍ଗିକ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ୧୨ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବାରୁ ମ୍ୟାଚରେ ବର୍ଷା ବାଧକ ସାଜିପାରେ । ସେଥିପାଇଁ OCA ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଷ୍ଟ୍ରେଲିଆରୁ ୫୦ ଲକ୍ଷ ବିନିମୟରେ ଆସିଛି ସୁପର ସପ୍ପର ମେସିନ୍ । ଯାହା କି ଖୁବ୍ ଅଳ୍ପ ସମୟ ମଧ୍ୟରେ ପଡ଼ିଆରୁ ପାଣି ଶୁଖାଇବାରେ ସାହଯ୍ୟ କରିବ । ସେପଟେ ପିଚ୍ ସହିତ ପୂରା ପଡ଼ିଆକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଇଂଲଣ୍ଡରୁ ଏକ ଗ୍ରାଉଣ୍ଡ କଭର୍ ମଧ୍ୟ ଆସିଛି । ଆଜି ଏହାକୁ ଟେଷ୍ଟ କରାଯିବ ।

Leave a comment