ବାପୁଜୀନଗରର ମାର୍କେଟ ସିଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରକୁ ରେଡ ଜୋନ ଭାବେ ଚିହ୍ନଟ କରାଯାଇଛି । ଗତ କିଛି ଦିନ ହେବ ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଲକ ଡାଉନ କଟକଣାକୁ ସାମାନ୍ୟ କୋହଳ କରିଛି । ମାତ୍ର କିଛି ଅମାନିଆ ବ୍ୟକ୍ତି ସାମାଜିକ ଦୂରତ୍ୱ ନିୟମକୁ ନ ମାନୁଥିବା ବାପୁଜିନଗରରେ ଦେଖିବାକୁ ମିଳିଥିଲା । ଫଳରେ ବାପୁଜୀନଗର ମାର୍କେଟକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପୁଲିସ ଫୋର୍ସ ମୁତୟନ କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ କରିଛି । ଦୋକାନ ଖୋଲିବାର ୪ ଦିନ ନ ପୁରୁଣୁ ମାର୍କେଟ ସିଲ ହେବା ପରେ ବ୍ୟବସାୟୀମାନଙ୍କ ମଧ୍ୟରେ ଏହା ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି ।