ପଞ୍ଚଭୂତରେ ଲୀନ ହେଲେ ବାପି ଲାହିରି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଂଗୀତଜ୍ଞ ବାପି ଲାହିରି ଓ ତାଙ୍କୁ ପୁଅ ବପ୍ପା ଲାହିରି ମୁଖାଗ୍ନି ଦେଇଛନ୍ତି । ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନ ଘାଟରେ ଅନ୍ତ୍ୟେଷ୍ଟି କିୟା ହୋଇଛି । ବାପି ଦାଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ତଥା ବହୁ ବଲିଉଡ ସେଲିବ୍ରିଟି ତାଙ୍କୁ ଅନ୍ତିମ ବିଦାୟ ବେଳେ ଉପସ୍ଥିତ ଥିଲେ । ବାପି ଲାହିରିଙ୍କ ଦେହାନ୍ତରେ ସଂଗୀତ ଜଗତକୁ ହୋଇଥିବା କ୍ଷତି କେବେ ପୂରଣ ହୋଇପାରିବ ନାହିଁ | କିନ୍ତୁ ତାଙ୍କ ସଙ୍ଗୀତ ମାଧ୍ୟମରେ ବାପି ଲାହିରି ଚିର ଦିନ ପାଇଁ ଅମର ରହିବେ ।
ବାପି କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଗତ ବର୍ଷ ଏପ୍ରିଲରେ କୋଭିଡ ପଜିଟିଭ ପରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ ଓ ପରେ ସେ ପୁଣି ଅସୁସ୍ଥ ହୋଇଥିଲେ । ଲେହରିଙ୍କୁ ଏକ ମାସ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସୋମବାର ଦିନ ଡିସଚାର୍ଜ କରାଯାଇଥିଲା । କିନ୍ତୁ ମଙ୍ଗଳବାର ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ପୁଣି ଡାକ୍ତରଖାନାକୁ ଅଣାଯାଇଥିଲା। ମଙ୍ଗଳବାର ରାତି ୧୧ଟା ୪୫ରେ ୬୯ ବର୍ଷ ବୟସରେ ବାପି ଲାହିରିଙ୍କ ଦେହାନ୍ତ ହୋଇଛି ।