୧୯ ଲକ୍ଷ ଟଙ୍କା ହଡପ କରି ଜେଲ୍ ଗଲେ ବ୍ୟାଙ୍କ ଆକାଉଣ୍ଟାଣ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): 19 ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଜେଲ ଗଲେ ବ୍ୟାଙ୍କ ଆକାଉଣ୍ଟାଣ୍ଟ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଷ୍ଟେଟବ୍ୟାଙ୍କ ଶାଖାର ଆକାଉଣ୍ଟାଣ୍ଟ ସମ୍ବିତ ମହାନ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ସେ ଏବେ ଜେଲ ହାଜତରେ । ଅପାଠୁଆ, ନିରୀହ, ଏବଂ ଆଦିବାସୀ ଜନଜାତିର ବୋଲି ନିଜ ସ୍ୱାମୀର ଝାଳବୁହା ଅର୍ଥ ଉପାର୍ଜିତ ଲକ୍ଷାଧିକ ଟଙ୍କାକୁ ହଡ଼ପ କରି ବସିଥିଲେ SBIର ଆକାଉଣ୍ଟାଣ୍ଟ ସମ୍ବିତ ମହାନ୍ତି ।
ନିଜ ସମ୍ପର୍କୀୟଙ୍କର ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲେ ୧୮ ଲକ୍ଷ ୩୫ ହଜାର ଟଙ୍କା । ଯେଉଁ ବ୍ୟାଙ୍କରେ ଦୀର୍ଘଦିନରୁ ସ୍ୱାମୀର ପେନସନ ଟଙ୍କା ନେଉଥିଲେ ସେହି ବ୍ୟାଙ୍କରେ ନିଜର ବଳକା ଟଙ୍କା ନେବାପାଇଁ ସ୍ତ୍ରୀ ଏବଂ ପୁଅ ପରିଚୟ ପାଇଁ ଲିଗାଲ ହେୟାର, ଏବଂ ମୃତ୍ୟୁ ସାର୍ଟିଫିକେଟ ମଧ୍ୟ ଯଥେଷ୍ଟ ହେଲାନାହିଁ ବୋଲି ବ୍ୟାଙ୍କ କର୍ମଚାରୀ ବିଧବା ମହିଳାଙ୍କୁ ଭୁଆଁ ବୁଲାଇ ଚାଳିବାରୁ ସେ ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ ।
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଥିବା ୨ ନମ୍ବର ଖୋଲାମୁହଁ କୋଇଲା ଖଣିରେ ନିଜକୁ ୬୦ବର୍ଷ ହେବାଯାଏଁ ଚାକିରୀ କରିଥିଲେ ଦଶରଥ ମୁଣ୍ଡା । ସ୍ୱର୍ଗତ ମୁଣ୍ଡା ନିଜ ପରିବାର ବର୍ଗଙ୍କ ସହିତ କାଳୀ ନଗରର MCL କ୍ବାଟରରେ ରହୁଥିଲେ । ୨୦୧୪ରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ୨୦୧୭ ମସିହାରେ ସ୍ୱାମୀ ଦଶରଥ ମୁଣ୍ଡାଙ୍କର ମୃତ୍ୟୁ ପରେ ସୃଷ୍ଟି ହୋଇଥିଲା ସମସ୍ୟା । ପେନସନ ଟଙ୍କା ଦେବାରେ କୌଣସି ସମସ୍ୟା ନଥିଲା ।
କିନ୍ତୁ ଅବସରକାଳୀନ ଲକ୍ଷାଧିକ ଟଙ୍କା ଦେବା ସମୟରେ ସୃଷ୍ଟିହେଲା ସମସ୍ୟା । ପ୍ରଥମେ କୁହାଗଲା ଆପଣ କିଏ ? ଏବଂ ମୃତ ଦଶରଥ ସାଙ୍ଗରେ କଣ ସମ୍ପର୍କ? ତାପରେ ଆବଶ୍ୟକ ହେଲା ତଥ୍ୟ । ଲିଗାଲ ହେୟାର, ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ମୃତ୍ୟୁ ସାର୍ଟିଫିକେଟ, ପୁଅ ଟିକେଶ୍ଵର ମୁଣ୍ଡାଙ୍କର ଆଧାରକାର୍ଡ ରେ ବାପାଙ୍କର ନାମ, ସ୍ତ୍ରୀ ଶ୍ରୀମତୀ ମୁଣ୍ଡାଙ୍କର ଆଧାର କାର୍ଡରେ ସ୍ୱାମୀଙ୍କର ନାମ ସ୍ୱଷ୍ଟ ଭାବରେ ଉଲ୍ଲେଖ ହୋଇଛି ।

Leave a comment

You cannot copy content of this page