ବାଣୀବିହାର ହଷ୍ଟେଲରେ ଗଣ୍ଡଗୋଳ: ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ବାଣୀବିହାର ଛାତ୍ର ନିବାସରେ ଗତକାଲି ବିଳମ୍ବିତ ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ଲାଗି ରହିଛି। ଯାହାଫଳରେ ବିଳମ୍ବିତ ରାତିରେ ହଷ୍ଟେଲରେ ପଶି ଗାଡ଼ି ପୋଡି ଦେଇଛନ୍ତି ଦୁବୁର୍ତ୍ତ। ଏଥିରେ ୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାକୁ ନେଇ କ୍ୟାମ୍ପସ ପରିସରରେ ଚାପା ଉତ୍ତେଜନା ଲାଗି ରହିଛି।
ଏହି ଘଟଣା ପରେ ସହିଦନଗର ଥାନା ପୋଲିସ୍ ପହଞ୍ଚି ଏହି କାଣ୍ଡର ତଦନ୍ତ ଆରମ୍ଭ କରିବା ସହ ବୁଝାବୁଝି ମଧ୍ୟ କରିଛି। ତେବେ କଣ ପାଇର୍ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଆଗକୁ ପୌର ନିର୍ବାଚନ ଥିବାରୁ ରାଜନୈତିକ କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି।