ବାଣପୁରରେ ପୋଲିସ ଛାଉଣୀ, ଲାଗିଲା ୧୪୪

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଣପୁରରେ ୧୪୪ ଧାରା ଜାରି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ଲୋକଙ୍କ ଉପରକୁ ଗାଡି ମଡାଇବାପରେ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ବାଣପୁରରେ ପହଁଚି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛନ୍ତି । ସେହିପରି ୪ ପ୍ଲାଟନରୁ ଅଧିକ ପୋଲିସ ଫୋର୍ସ ନିୟୋଜିତ ରହିଛନ୍ତି ।

ସେପଟେ ସୁସ୍ଥ ହେବାପରେ ତାଙ୍କୁ ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଏହାସହ ଡିଏସପି ରାଙ୍କର ଜଣେ ଅଧିକାରୀ ଏହି ଘଟଣାର ତଦନ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଘଟଣା ଘଟିବାବେଳେ ବାଣପୁର ଆଇଆଇସି ଗାଡି ଆଗରେ ଠିଆ ହୋଇ ମନା କରୁଥିବା ସତ୍ତ୍ବେ ବିଧାୟକ ପୋଲିସ ଓ ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ବୋଲି କହିଛନ୍ତି ଆଇଜି । ଏହି ଘଟଣା ପରେ ବାଣପୁରରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା ପାଇଁ ୧୪୪ ଧାରା ଜାରି କରାଯାଇଛି ।

Leave a comment