୫ଟି ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରେ କଦଳୀ ଭଣ୍ଡା

0

କଦଳୀ ଖାଇବାର ଫାଇଦା ବିଷୟରେ ତ ସମସ୍ତେ ଜାଣନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କଦଳୀ ଫୁଲ ବା କଦଳୀ ଭଣ୍ଡାର ଫାଇଦା ବିଷୟରେ? ହଁ, କଦଳୀ ଭଣ୍ଡା ସ୍ଵାସ୍ଥ୍ୟ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ କଦଳୀ ଭଣ୍ଡା ଖାଇଲେ କିପରି ଆପଣ ଏହି ୫ଟି ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିପାରିବେ। ଆସନ୍ତୁ ଜାଣିବା।
୧. ଏନିମିଆ ଅର୍ଥାତ ରକ୍ତାଭାବରୁ ବଞ୍ଚିବା ପାଇଁ କଦଳୀ ଫୁଲ ବ୍ୟବହାର କରାଯାଇଥାଏ। ଏହାକୁ ଖାଇଲେ ଶରୀରରେ ଆଇରନର ଅଭାବ ଦେଖାଦିଏ ନାହିଁ।

୨. କ୍ୟାନସର ଭଳି ଘାତକ ରୋଗରୁ ମୁକ୍ତି ପାଇବା ପାଇଁ କଦଳୀ ଭଣ୍ଡା ବା ଫୁଲ ବହୁତ ଲାଭଦାୟକ ଅଟେ। ଏଥିରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ୱ ରହିଥାଏ, ଯାହାକି ଫ୍ରି ରେଡିକଲସରୁ ବଞ୍ଚାଇବା ସହିତ କ୍ୟାନସରରୁ ବଞ୍ଚାଇ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

୩. କଦଳୀ ଫୁଲରେ ମାଗନେସିୟମ, ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟି ଡିପ୍ରେସେଣ୍ଟ ତତ୍ତ୍ୱ ରହିଛି, ଯାହା ଆପଣଙ୍କୁ ମାନସିକ ଚିନ୍ତାରୁ ଦୂରେଇ ରଖିଥାଏ। ଏହା ଆପଣଙ୍କ ମୁଡକୁ ଭଲ ରଖିଥାଏ।

୪. ପାଚନ କ୍ରିୟା ପାଇଁ ଏହା ବହୁତ ଭଲ। କଦଳୀ ଫୁଲ ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ଏହାକୁ ଖାଇଲେ ପେଟ ଯନ୍ତ୍ରଣା, ଗ୍ୟାସ, ଅପଚ, ଏସିଡିଟି ଆଦି ସମସ୍ୟାରୁ ମୁକ୍ତି ପାଇହେବ।

୫. ରକ୍ତରେ ସୁଗାର ଅର୍ଥାତ ଶର୍କରା ସ୍ତର କମ କରିବା ପାଇଁ କଦଳୀ ଫୁଲ ଲାଭକାରୀ ହୋଇଥାଏ। ଏହା ଇନସୁଲିନ ଲେବଲକୁ କମାଇଥାଏ। ଏହା କୌଣସି ବି ପ୍ରକାର ଇନଫେକ୍ସନରୁ ବଞ୍ଚାଇଥାଏ।

Leave a comment

You cannot copy content of this page