ଏ ବର୍ଷ ବି ହେବନି ଭୁବନେଶ୍ବର ବାଲିଯାତ୍ରା

0

ଚଳିତ ବର୍ଷ ହେବନି ଭୁବନେଶ୍ବର ବାଲିଯାତ୍ରା । କଟକ ବାଲିଯାତ୍ରା ନହେବା ନେଇ ବିଜ୍ଞପ୍ତି ଜାରି ହେବା ପରେ ଏବେ ଭୁବନେଶ୍ବର ମଧ୍ୟ ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ । କୋଭିଡ କଟକଣା ପାଇଁ ବାଲିଯାତ୍ରାକୁ ଅନୁମତି ଦେଲାନି କମିଶନରେଟ ପୋଲିସ । ଗତ ବର୍ଷ ମଧ୍ୟ ମହାମାରୀ କାରଣରୁ ଭୁବନେଶ୍ବର ଏବଂ କଟକ ଉଭୟ ବାଲିଯାତ୍ରା ବନ୍ଦ ରହିଥିଲା । ତେବେ ଏ ବର୍ଷ ମଧ୍ୟ କୋଭିଡ କଟକଣା କାରଣରୁ ବାଲିଯାତ୍ରା ହେବ ନାହିଁ ।

Leave a comment