ବଳିଆ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଳିଆ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ସୂଚନା ଦେଇଛନ୍ତି ଏସସିବି ଅଧୀକ୍ଷକ । ଏସସିବି ଅଧିକ୍ଷକଙ୍କ କହିବା ମୁତାବକ,ବଳିଆ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାକୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି । ବଳିଆର ଛାତିରେ ସଂକ୍ରମଣ ହୋଇଛି । ତେଣୁ ସେ ରାତିରୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲା । ସେଥିପାଇଁ ବଳିଆକୁ ଭେଣ୍ଟିଲେଟର ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଏମସରୁ ସ୍ବତନ୍ତ୍ର ବିଶେଷଜ୍ଞ ଦଳଙ୍କ ସହିତ ଜଗା, ବଳିଆ ଅପରାହ୍ନରେ ଆସି କଟକ ବଡ ମେଡିକାଲରେ ପହଞ୍ଚିଥିଲେ । ସେମାନଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଆସୁଥିବାରୁ ଏଭଳି ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ତେଣୁ ଜଗା, ବଳିଆ ଭେଟିବାରେ ରୋକ ଲଗାଯାଇଛି । ଏସସିବି ଅଧିକ୍ଷକଙ୍କ ବିନା ଅନୁମତିରରେ କେହି ଜଗା, ବଳିଆଙ୍କୁ ଭେଟିପରିବେ ନାହିଁ ।

୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡା ଗାଁର ଯୋଡାମୁଣ୍ଡ ଶିଶୁ ଜଗା, ବଳିଆଙ୍କୁ ଅଲଗା କରିବାକୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଥିଲା । ଅଭିଜ୍ଞ ଡାକ୍ତରୀ ଟିମଙ୍କ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା ।

Leave a comment