ବାଲେଶ୍ଵର ର ୩ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହ ସିଲ କଲା ଜିଲ୍ଲା ପ୍ରଶାସନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବାଲେଶ୍ୱର ସହରରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଆଜି ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଞ୍ଚଳକୁ ସିଲ୍ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ସହ ସହରର ୩ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ସହରର ୨୭ ନଂ ୱାର୍ଡକୁ ସମ୍ପୂର୍ଣ୍ଣ ସିଲ୍ କରା ଯାଇଥିବାବେଳେ ୨୮ ଓ ୨୯ ନମ୍ବର ୱାର୍ଡର ଆଂଶିକ ଅଞ୍ଚଳ ସିଲ୍ କରାଯାଇଛି। ଏହାସହ ସଂପୃକ୍ତ ୩ଟି ୱାର୍ଡର ୯ଟି ପ୍ରବେଶପଥକୁ ବନ୍ଦ କରି ଦିଆଯାଇଛି। ସଂପୃକ୍ତ କଣ୍ଟେନମେଣ୍ଟ ଅଞ୍ଚଳରୁ ୫ ଶହ ପରିବାରର ସ୍ୱାବ୍ ସଂଗ୍ରହ କରାଯିବ ବୋଲି ପ୍ରଶାସନ କହିଥିବା ବେଳେ ଘରୁ କୌଣସି ବ୍ୟକ୍ତି ନ ବାହାରିବାକୁ ମାଇକ ଯୋଗେ ପ୍ରଚାର କରାଯାଉଛି। ସଂକ୍ରମଣ ଆଶଙ୍କାରେ ସଂପୃକ୍ତ ଅଞ୍ଚଳକୁ ପ୍ରବେଶ ନିଷେଧ କରିଛି ପ୍ରଶାସନ।

Leave a comment