ପେଟ ଭୋକ ଠୁ ଦେହ ଭୋକ ଅଧିକା, ମନୋରଞ୍ଜନ ପାଇଁ ଭଡାରେ ଆସୁଛନ୍ତି ବଙ୍ଗୀୟ ଯୁବତୀ

ପେଟ ନପୁରୁ ପଛେ ଦେହର ଭୋକ ଆଗ ମେଣ୍ଟୁ । ଯୌନଆକାଂକ୍ଷାରେ ମସଗୁଲ ଏବେ ଅଧିକାଂଶ ଯୁବକ। ହୋଟେଲରେ ରହିବା ଖାଇବା ଓ ରହିବା ନାଁରେ ଦେହ ଭୋକ ବି ମେଣ୍ଟୁଛି । ସହର ଶୋଇଗଲା ପରେ ଚେଇଁଉଠନ୍ତି ଦେହଜୀବୀମାନେ । ବଞ୍ଚିବା ପାଇଁ ଅର୍ଥର ଆବଶ୍ୟକତା ସେମାନଙ୍କୁ ଏହି କାମ କରିବାକୁ ବାଧ୍ୟକରେ । ତେଣୁ ସେମାନେ ଭଡାରେ ଆସି ପର ପୁରୁଷଙ୍କ ପାଖରେ ଶୋଇବାକୁ ଅନିଚ୍ଛା ପ୍ରକାଶ କରନ୍ତି ନାହିଁ । ଏହା କେବଳ ଯେ ରାଜଧାନୀରେ ହୁଏ ତାହା ନୁହେଁ ବରଂ ବିଭିନ୍ନ ଜିଲ୍ଲାରେ ଥିବା ହୋଟେଲରେ ହେଉଛି । ଭୁବନେଶ୍ୱରରେ ଥିବା ଅଧିକାଂଶ ହୋଟେଲରେ ପ୍ରତିଦିନ ହେଉଥିବା ବେଳେ ଏବେ ବାଲେଶ୍ୱର ଜିଲ୍ଲାରେ ତାର ପ୍ରଭାବ ପଡିଛି । ରାତି ପାଇଁ ଏଠାକୁ ପଶ୍ଚମବଙ୍ଗରୁ ଝିଅମାନେ ଭଡାରେ ଆସିନ୍ତି । ତାହାର ଖୋଲାସା ଏବେ ହେଉଛି । ବିଭିନ୍ନ ହୋଟେଲରେ ଖୁଲମଖୁଲା ଦେହ ବେପାର ଚାଲିଥିବା ଘଟଣା ପ୍ରଘଟ ହେବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ତାଳସାରିରେ ଥିବା 2 ହୋଟେଲ ମ୍ୟାନେଜରଙ୍କୁ ଗିରଫ କରିଛି। ଏହାବ୍ୟତୀତ ଜଳେଶ୍ୱରର ଏକ ହୋଟେଲ ମାଲିକ ଏବଂ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହର ସହିତ ଭୋଗରାଇର ତାଳସାରୀ, ସାହାବାଜିପୁର, ଉଦୟପୁର ଆଦି ସ୍ଥାନରେ ଥିବା ବିଭିନ୍ନ ହୋଟେଲ୍ ଓ ଲଜ୍ରେ ପର୍ଯ୍ୟଟକଙ୍କୁ ବଙ୍ଗୀୟ ସୁନ୍ଦରୀଙ୍କ ସେବା ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇ ଆସୁଛି। ଯିଏ ଯେତେ ସୁନ୍ଦରୀ, ତାହାର ଦାମ ସେତେ ଅଧିକ। ସେହି ହିସାବରେ ଗ୍ରାହକଙ୍କୁ ଦେବାକୁ ପଡ଼ିଥାଏ ଟଙ୍କା । ବଙ୍ଗୀୟ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଇ ବିପୁଳ ଅର୍ଥ କମାଉଥିଲେ ହୋଟେଲ ମାଲିକ । ଜଳେଶ୍ୱର ଷ୍ଟେସନ୍ ବଜାରରେ ଥିବା ଏକ ହୋଟଲରେ ଦେହ ବେପାର ପାଇଁ ଚାଲିଛି ଡିଲ୍ ଚାଲିଥିବା ବେଳେ ଏହାର ଭିଡିଓ ପ୍ରଘଟ ହୋଇଥିଲା।
ଏହାପରେ ପୁଲିସ୍ ତନାଘନା ଆରମ୍ଭ କରି ଦେଇଥିଲା। କିଛି ଦିନ ତଳେ ଭୋଗରାଇ ତାଳସାରୀ ଓ ଉଦୟପୁର ନିକଟରେ ଥିବା ଏକ ଗେଷ୍ଟ ହାଉସରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିପାରି ଗେଷ୍ଟହାଉସ୍ରୁ 3 ବଙ୍ଗୀୟ ରୂପଜୀବୀଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ତେବେ ଗେଷ୍ଟ ହାଉସ୍ ମାଲିକ ଫେରାର୍ ଥିଲେ। ସେହିଭଳି 8 ଦିନ ତଳେ ଜଳେଶ୍ୱରରେ ଏକ ହୋଟେଲରେ ଦେହବେପାର ଚାଲୁଥିଲା। ଏ ସମ୍ପର୍କରେ ପୁଲିସ ଜାଣିପାରି ଚଢ଼ଉ କରିଥିଲା।