ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ଘଟିଛି । ମଦନ ମୋହନଙ୍କ ମୃତ୍ୟୁ ନେଇ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିଲା । ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ମଦମୋହନଙ୍କ ୬୩ବର୍ଷ ବୟସ ହୋଇଥିଲା । ୨୦୧୯ରେ ପ୍ରଥମ ଥର ପାଇଁ ବିଜେପି ଦଳ ପକ୍ଷରୁ ଟିକେଟ୍ ପାଇ ବିଧାୟକ ହୋଇଥିଲା । ବାଲେଶ୍ୱର ସଦରରୁ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲା । ଚଳିତ ନିର୍ବାଚନରେ କଡା ଟକ୍କରରେ ବିଜୟୀ ହୋଇଥିଲେ ମଦନମୋହନ ଦତ୍ତ । ପୂର୍ବରୁ ବାଲେଶ୍ୱର ଜିଲ୍ଲାର ଜିଲ୍ଲାସଭାପତି ଭାବେ କାର୍ଯ୍ୟ କରିଆସିଥିଲେ ମଦନମୋହନ ଦତ୍ତ ।