ପ୍ରଚାର ବେଳେ ଲାେକଙ୍କୁ ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ: ଭିଡିଓ ଭାଇରଲ୍
ପଞ୍ଚାୟତ ନିର୍ବାଚନରେ ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ। ପ୍ରଚାର ବେଳେ ଭୋଟରଙ୍କ ହାତରେ ଧରାଇ ଦେଉଛନ୍ତି ୫ ଶହ ଟଙ୍କିଆ ନୋଟ୍। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ମଧ୍ୟ ଏବେ ସୋସିଆଲ ମଡିଆରେ ଭାଇରାଲ ହୋଇଛି। ଏପରକି ନିଜ ହ୍ୱାଟସ୍ଆପ୍ ଷ୍ଟାଟସ୍ରେ ପ୍ରଚାର ଓ ଟଙ୍କା ବାଣ୍ଟିବାର ଭିଜୁଆଲ ସେୟାର କରିଛନ୍ତି ଲକ୍ଷ୍ମୀକାନ୍ତ।
ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ଆଦର୍ଶ ଆଚରଣ ବିଧିକୁ ଜଳାଞ୍ଜଳି ଦେଇ ଟଙ୍କା ବାଣ୍ଟିଛନ୍ତି ଲକ୍ଷ୍ମୀକାନ୍ତ। ପୂର୍ବରୁ ମଧ୍ୟ ପିସି କାରବାରକୁ ନେଇ ଲକ୍ଷ୍ମୀକାନ୍ତ ବିବାଦ ଘେରରେ ଥିଲେ। ଚଳିତ ନିର୍ବାଚନ ଠେମେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଲକ୍ଷ୍ମୀକାନ୍ତ। ତେବେ ପୁଣି ଖୁଲମଖୁଲା ଟଙ୍କା ବାଣ୍ଟୁଥିବାରୁ ନିର୍ବାଚନରେ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ସେପଟେ ଏନେଇ ଲକ୍ଷ୍ମୀକାନ୍ତଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।