ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗିର ସହରରେ କିଛିଦିନ ତଳେ ପ୍ରେମ ପାଇଁ ବନ୍ଧୁକ ମୁନରେ ପରିବାରକୁ ଦୀର୍ଘ ଛଅ ଘଣ୍ଟା ଧରି ବନ୍ଧକ ରଖିବା ଘଟଣାର ଚର୍ଚ୍ଚା ଥମିନଥିବା ବେଳେ ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀର ମାନ୍ୟତା ଦାବିରେ ପ୍ରେମିକ ଘର ଆଗରେ ଧାରଣାରେ ବସିଛି ପ୍ରେମିକା। ଏଭଳି ଘଟଣା ଦେଖିବାକୁ ମିଳିଛି ଆଗଲପୁର ବ୍ଲକ କଳାସର ଗ୍ରାମରେ।
ସୂଚନା ଅନୁସାରେ ଏହି ଗ୍ରାମର ପିଣ୍ଟୁ ଚନ୍ଦନ ଏବଂ ଜଣେ ଦଳିତ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ଉଭୟ ବିବାହ କରିବା ପାଇଁ ଘର ଛାଡି ଫେରାର ହୋଇଯାଇଥିଲେ। ବେଲପାହାଡରେ କିଛି ଦିନ ରହିବା ପରେ ଯୁବତୀକୁ ଛାଡ଼ି ପ୍ରେମିକ ପିଣ୍ଟୁ କୁଆଡେ ଚାଲି ଯାଇଥିଲେ। ପୀଡିତା ଲୋଇସିଂହା ପୁଲିସର ସହାୟତା ପାଇଁ ନିବେଦନ କରିବା ସହ ନ୍ୟାୟ ପାଇବା ଆଶାରେ ପ୍ରେମିକ ଘର ଆଗରେ ଧାରଣାରେ ବସିଛି। ଏଥିସହିତ ସେ ସାଙ୍ଗରେ ଏକ କିରୋସିନ ଡବା ରଖିଛି। ଯଦି ନ୍ୟାୟ ନ ପାଇବ ତା ହେଲେ ଦେହରେ କିରୋସିନି ଢାଳି ଆତ୍ମାହୁତି ଦେବାକୁ ପ୍ରେମିକା ଧମକ ଦେଇଛି। ପୁଲିସ ଖବରପାଇ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଛି।

Leave a comment