ବାଲାକୋଟ ଏୟାରଷ୍ଟ୍ରାଇକ୍‌ ରିପୋର୍ଟ ଦେଲା ବାୟୁସେନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲ୍‌ଓ୍ବାମା ଆକ୍ରମଣ ପରେ ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ ପିଓକେର ବାଲାକୋଟଠାରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା । ଯେଉଁଥିରେ ୩୦୦ ରୁ ୩୫୦ ଆତଙ୍କବାଦୀ ନିପାତ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ମାତ୍ର ଏହି ସଂଖ୍ୟା ଭୁଲ୍‌ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିବା ସହ ଏୟାରଷ୍ଟ୍ରାଇକ୍‌ର ପ୍ରମାଣ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ । ତେବେ ଏ ସଂକ୍ରାନ୍ତୀୟ ସମସ୍ତ ପ୍ରମାଣପତ୍ର ବାୟୁସେନା ବୁଧବାର କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଛି । ଏହି ପ୍ରମାଣପତ୍ରରେ ଏୟାର ଷ୍ଟ୍ରାଇକ୍‌ର ଫଟୋ ମଧ୍ୟ ସାମିଲ ଥିବା ଜଣାପଡିଛି । ଏହି ତଥ୍ୟ ୧୨ ପୃଷ୍ଠା ବିଶିଷ୍ଟ ହୋଇଥିବା ବେଳେ ହାଇ ରିଜଲ୍ୟୁଶନର ଫଟୋ ମଧ୍ୟ ଏଥିରେ ରହିଛି । ତେବେ ଏହି ରିପୋର୍ଟକୁ ସାର୍ବଜନୀନ କରାଯିବ କି ନାହିଁ କେନ୍ଦ୍ର ସରକାର ସେ ନେଇ ନିଷ୍ପତ୍ତି ନେବେ । ରିପୋର୍ଟ ଅନୁସାରେ ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଜୈଶ-ଇ-ମହମ୍ମଦର ସମସ୍ତ କ୍ୟାମ୍ପକୁ ଧ୍ୱଂସ କରାଯାଇଥିଲା ।

Leave a comment