କେନ୍ଦ୍ର ବଜେଟ୍ ୨୦୨୨କୁ ନେଇ ଜାଣନ୍ତୁ କ’ଣ ଆଶା କରନ୍ତି ଲୋକେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ରେ କେନ୍ଦ୍ର ବଜେଟ କରିବେ ଉପସ୍ଥାପନ । କରୋନା ତୃତୀୟ ଲହରରେ ୨୦୨୨-୨୩ ବର୍ଷ ନିମନ୍ତେ ସଂସଦରେ ଉପସ୍ଥାପିତ ହେବାକୁ ଥିବା ଏହି ବଜେଟକୁ ନେଇ ସାରା ଦେଶର ଆକାକ୍ଷା ଏବେ ବଢ଼ି ଚାଲିଛି। ସାଧାରଣ ଲୋକ ହେଉ ଅଥବା ବ୍ୟବସାୟୀ ସରକାରୀ କର୍ମଚାରୀ ହେଉ କି ଘରୋଇ ସମସ୍ତଙ୍କ ଅପେକ୍ଷା ଏବେ ୨ ଫେବୃଆରୀକୁ। ଏଥିରେ ସମସ୍ତଙ୍କର ଗୋଟିଏ ଆଶା କୋଭିଡ-୧୯ ତୃତୀୟ ଲହର କାଳରେ ଦେଶର ଅର୍ଥନୀତିକୁ ପ୍ରଗତିଶୀଳ କରୁ ବଜେଟ୍। ତେବେ କେନ୍ଦ୍ର ବଜେଟକୁ ନେଇ ସବୁଠୁ ବୋଶି ଆଶାବାଦୀ ଅଛନ୍ତି ସରକାରୀ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ। ଶେଷ ଥର ୨୦୧୬ ମସିହାରେ ସରକାର ଫିଟମେଣ୍ଟ ଫ୍ୟାକ୍ଟର କାର୍ଯ୍ୟକାରୀ କରିଥିଲେ। ଫଳରେ କର୍ମଚାରୀଙ୍କ ମୂଳ (ବେସିକ) ବେତନ ୬ ହଜାର ଟଙ୍କାରୁ ବଢି ୧୮ ହଜାର ହୋଇଥିଲା।
ଏବେ କର୍ମଚାରୀଙ୍କ ଡିଏ ମୂଳ ବେତନର ୩୧ ପ୍ରତିଶତରେ ପହଞ୍ଚିଗଲାଣି। ଏଣୁ ହୁଏତ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ସରକାର ନଜର ପକାଇପାରନ୍ତି ବୋଲି ଆକଳନ କରାଯାଉଛି। ଯଦି ସରକାର ଫିଟମେଣ୍ଟ ଫ୍ୟାକ୍ଚର ଆକଳନ କରନ୍ତି ତେବେ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ବେତନ ୧୮ରୁ ୨୬ ହଜାରକୁ ବୃଦ୍ଧି ହେବ। ଫଳରେ କର୍ମଚାରୀଙ୍କ ବେତନ ବୃଦ୍ଧି ସହ ସେମାନଙ୍କ ସମାଜିକ ଓ ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିପାରିବ। ମୂଳ ବେତନ ବୃଦ୍ଧି ହେଲେ କର୍ମଚାରୀଙ୍କ ଡିଏ ( ମହଙ୍ଗା ଭତ୍ତା) ମଧ୍ୟ ସେହି ଅନୁପାତରେ ବଢିବ। ତେବେ କେବଳ ସରକାରୀ କର୍ମଚାରୀ ନୁହନ୍ତି ବ୍ୟବସାୟୀ ଓ କରଦାତା ମଧ୍ୟ ୨୦୨୨-୨୩ ବଜେଟରୁ ଅନେକ କିଛି ଆଶା କରନ୍ତି।