ବୈତରଣୀ ନଦୀରେ ଭାସି ଯାଉଥିଲେ ୪ ନାବାଳକ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୈତରଣୀ ନଦୀ ରାଜଘାଟ ନିକଟରେ ଗାଧୋଇବା ସମୟରେ ଭାସି ଯାଉଥିବା ୪ ଜଣ ନାବାଳଙ୍କୁ ଉଦ୍ଧାର କରିଛି ଆନନ୍ଦପୁର ଅଗ୍ନିଶମ ବିଭାଗ। ସୁରକ୍ଷିତ ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ୪ ଜଣ ନାବାଳକ ସାଙ୍ଗ ଏକାଠି ହୋଇ ନଦୀରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ପହଁରା ଜାଣିନଥିବା ଜଣେ ସାଙ୍ଗ ଭାସିଯିବାରୁ ଅନ୍ୟମାନେ ତାକୁ ବଞ୍ଚାଇବାକୁ ଯାଇ ସମସ୍ତେ ଭାସିଯାଇଥିଲେ। ହେଲେ ସୌଭାଗ୍ୟ ବଶତଃ ସମସ୍ତେ ଯାଇ ଏକ ଟାପୁରେ ଲାଗିଥିଲେ। ଉଦ୍ଧାର ପାଇଁ ପାଟି କରିବାରୁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର କରିବାରୁ ବିଭାଗୀୟ କର୍ମଚାରୀମାନେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସମସ୍ତ ୪ ନାବାଳକମାନଙ୍କ ମାମୁଁ ଘର ଆନନ୍ଦପୁର ସହରରେ ବୋଲି ଜଣାପଡିଛି।

Leave a comment