ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି । ଅରବିନ୍ଦଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ । କୋର୍ଟ କହିଛନ୍ତି, ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କାଲି ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ବାହାରକୁ ଆସିପାରିବେ । ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡରିଂ କେଶରେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଭିଯୁକ୍ତ ଦର୍ଶାଇଥିଲା ଓ ପରେ ଗିରଫ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ମେ ମାସରେ ନିର୍ବାଚନ ପ୍ରଚାର ପାଇଁ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ଦେଇଥିଲେ କୋର୍ଟ । ଏହାପରେ ତିହାଡ ଜେଲରେ ଆତ୍ମସମର୍ପଣ କରିଥିଲେ ଅରବିନ୍ଦ କେଜରିୱାଲ । ଏବେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ଖୁସି ବ୍ୟକ୍ତ କରିଛି ଆମ ଆଦମୀ ପାର୍ଟି ।