ଦିଲ୍ଲୀରେ ପଦ୍ମ ଧରିଲେ ବୈଜୟନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମସ୍ତ ଆକଳନର ଘଟିଲା ଅନ୍ତ । ଶେଷରେ ଦିଲ୍ଲୀରେ ପଦ୍ମ ଧରିଲେ ବୈଜୟନ୍ତ । ଆଜି ସନ୍ଧ୍ୟା ୬ ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା, ଓଡିଶା ପ୍ରଭାରୀ ଅରୁଣ ସିଂ ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂଦେଓ ଙ୍କ ଉପସ୍ଥିତିରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବୈଜୟନ୍ତ ଧରିଲେ ପଦ୍ମ । ବହୁ ଉତ୍ସାହ ସହ ବୈଜୟନ୍ତଙ୍କୁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା ।

ମିଳିଥିବା ଖବର ଅନୁଯାୟୀ, ବୈଜୟନ୍ତ ପଣ୍ଡା ଆଜି ସନ୍ଧ୍ୟାରେ ବିଜେପିରେ ଯୋଗଦେଇଛନ୍ତି । ବୈଜୟନ୍ତଙ୍କ ବିଜେପି ଯୋଗଦାନକୁ ସ୍ମରଣୀୟ ଓ ରୋମାଞ୍ଚକର କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଓଡିଶା ପ୍ରଭାରୀ ଅରୁଣ ସିଂ ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂଦେଓ ସେଠାରେ ଉପସ୍ଥିତ ରହିଥିଲେ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଦ୍ବିତୀଆର୍ଦ୍ଧ କାର୍ଯ୍ୟକ୍ରମକୁ ବାତିଲ କରି ବୈଜୟନ୍ତଙ୍କ ମିଶ୍ରଣ ପର୍ବରେ ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିଥିଲେ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରାୟତଃ ଏକ ବର୍ଷେ ପରେ ହେଉ ମଧ୍ୟ ବୈଜୟନ୍ତଙ୍କୁ ବିଜେପି ନେବାକୁ ମନ କରିଛି । ବୈଜୟନ୍ତଙ୍କ ବିଜେପି ଯୋଗଦାନ ଦଳକୁ ରାଜ୍ୟରେ ଅଧିକ ମଜଭୁତ କରିବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ବୈଜୟନ୍ତ କହିଥିଲେ, ଅପମାନ, ଆକ୍ରୋସ ଓ ଆକ୍ରମଣର ଶିକାର ହୋଇ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ।

Leave a comment